PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସାମ୍ନାରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ସାମ୍ନାରେ ଆଜି ତିନିଜଣ ଯୁବକ ଆତା୍ମହୁତି ଉଦ୍ୟମ କରିଥିଲେ । ହେଲେ ପୁଲିସ ଏହା ଜାଣିପାରି କିଛି ଅଘଟଣ ଘଟିବା ପୂର୍ବରୁ ସେମାନଙ୍କୁ ଉଦ୍ଧାର କରିଛି । ସେମାନେ ହେଲେ କଟକ ଜିଲ୍ଲା ବାହାଙ୍ଗାର ସପ୍ତଜ୍ୟୋତି ରାଉଳ, ଶ୍ରୀନିବାସ ଦୋରା ଓ ପୁରୀର ମନୋରଞ୍ଜନ ସାହୁ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ଥଇଥାନ ବ୍ୟବସ୍ଥା ଅନୁଯାୟୀ ଚାକିରି ପାଉ ନଥିବାରୁ ସମସ୍ତେ ଆତ୍ମାହୁତି ଦେବାକୁ ନିଷ୍ପତ୍ତି ନେଇଥିଲେ ବୋଲି ପ୍ରକାଶ କରିଛନ୍ତି ।
ମିଳିଥିବା ସୂଚନା ମୁତାବକ, ସପ୍ତଜ୍ୟୋତିଙ୍କ ବାପା ଶିକ୍ଷା ବିଭାଗରେ ଚାକିରି କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ପ୍ରତିପୋଷଣ ପାଇଁ ରିହାବିଲେସନ ସ୍କିମ୍‌ ଜରିଆରେ ସେ ଚାକିରି ପାଇଁ ଶିକ୍ଷା ବିଭାଗରେ ଆବେଦନ କରିଥିଲେ । ଇତିମଧ୍ୟରେ ୨୦ ବର୍ଷ ବିତିଥିଲେ ହେଁ ସେମାନଙ୍କୁ ଚାକିରି ମିଳିନି । ଯେଉଁ ଅଫିସକୁ ଯାଉଛନ୍ତି ସବୁଠି ଲାଞ୍ଚ ମାଗୁଛନ୍ତି । ୨୦୧୩ ମସିହା ପୂର୍ବରୁ ଯେଉଁ ସରକାରୀ ଚାକିରିଆଙ୍କ ମୃତ୍ୟୁ ଘଟିଥିବ ତାଙ୍କ ସନ୍ତାନ କିମ୍ବା ସ୍ତ୍ରୀ ଚାକିରି ପାଇବେ ବୋଲି ଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଥିଲା ।
ଅନୁରୂପ ଭାବେ ଶ୍ରୀନିବାସ, ମନୋରଞ୍ଜନ ମଧ୍ୟ ଚାକିରି କ୍ଷେତ୍ରରେ ଥଇଥାନ ହୋଇ ନ ପାରି ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି । ନ୍ୟାୟ ଆଶାରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ବାରମ୍ବାର ଦୌଡିଛନ୍ତି । କିନ୍ତୁ କିଛି ଫଳ ମିଳିନି । ଶେଷରେ ସବୁଦିଗରୁ ନିରାଶ ହୋଇ ଆଜି ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସାମ୍ନାରେ ୩ଜଣ କିରାସିନି ଢାଳି ହୋଇ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ । ତେବେ ଗୁଇନ୍ଦା ବିଭାଗରୁ ଖବର ପାଇ କମିଶନରେଟ୍‌ ପୁଲିସ ଠିକଣା ସମୟରେ ଘଟଣାସ୍ଥଳରେ ପହଞ୍ଚିଥିଲା । ସେମାନଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା । ସେଠାରେ ପଚରାଉଚରା କରି ଛାଡ଼ି ଦେଇଥିବା ଜଣାପଡିଛି ।