PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

୩ ଗାଡି  ସହ  ୩ କ୍ବିଣ୍ଟାଲ ୮୦ କିଲୋ ଗଞ୍ଜେଇ ଜବତ, ୪ ଗିରଫ

ବାରିପଦା , ୫।୭  ତିନୋଟି ଗାଡିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ  ବାରିପଦା ପୋଲିସ ଚଢାଉ କରି  ୩ କ୍ବିଣ୍ଟାଲ ୮୦ କିଲୋ ଗଞ୍ଜେଇ ଜବତ କରିବା ସହ  ୪ ଜଣଙ୍କୁ ଗିରଫ କରିଛି।

୩ଟି ଗାଡିରେ ଜାଲି ନମ୍ବର ପ୍ଲେଟ୍ ଲଗାଇ ୩ କ୍ୱିଣ୍ଟାଲ ୮୦ କିଲୋ ପରିମାଣର ଗଞ୍ଜେଇ କୋରାପୁଟ୍ ରୁ ଝାଡଖଣ୍ଡ ହେଉଥିଲା ଚାଲାଣ। ବାରିପଦା ପୋଲିସ ଖବର ପାଇ ଗାଡି ୩ଟିକୁ ଅଟକାଇବା ବେଳେ ଗଞ୍ଜେଇ ଚାଲାଣକାରୀଙ୍କ  ସହିତ ମୁହାଁମୁହିଁ ହୋଇଥିଲା। ଗାଡି ୩ଟି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ କୁ ପଥର ଫିଙ୍ଗି ସେମାନଙ୍କୁ ଅଟକାଇବାକୁ ପଡିଥିଲା। ୨ଟି ଗାଡି ବାରିପଦାରେ ଧରା ହୋଇଥିବା ବେଳେ ଗୋଟିଏ ଗାଡି କୁ ପିଛାକରି ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜଗନ୍ନାଥଖୁଣ୍ଟା ରେ ଧରିଥିଲା ପୋଲିସ।  ଏହି ଘଟଣାରେ ପୋଲିସ ୪ଜଣ ଚୋରା ଚାଲାଣକାରୀ ଙ୍କୁ ଗିରଫ କରିଛି।  ଏହି ଗ୍ୟାଙ୍ଗର ମୟୁରଭଞ୍ଜ ସହିତ କୌଣସି ସମ୍ପର୍କ ନାହିଁ  କେବଳ ମୟୁରଭଞ୍ଜ ବାଟ ଦେଇ ଏହା ଚାଲାଣ କରାଯାଉଥିଲା ବୋଲି ସୂଚନା ଦେଇଛି ପୋଲିସ। ତେବେ ଏହି ରାକେଟ୍ ର ଚେର କେତେଦୂର ଲମ୍ବିଛି ତାହା ଅଧିକ ତଦନ୍ତ କଲେ ଜଣା ପଡିବ ବୋଲି କହିଛନ୍ତି ମୟୁରଭଞ୍ଜ ଏସପି.।