ମାଲକାନଗିରି, ୯/୯ (ଆପ୍ର ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରେ ଅବକାରୀ ବିଭାଗ ପକ୍ଷରୁ ଚଡାଉ କରାଯାଇ ବାହାର ରାଜ୍ୟକୁ ଚୋରା ଚାଲାଣ ନିମନ୍ତେ ଜଙ୍ଗଲ ରେ ଲୁଚାଇ ରଖଯାଇଥିବା ୩କୁଇଣ୍ଟାଲ ୪୦କେଜି ଗଞ୍ଜେଇକୁ ଜବତ କରିଛି। ପେପରମେଟଲା ଥାନା ଅନ୍ତର୍ଗତ ସାରକୁବନ୍ଧ ଗ୍ରାମ୍ୟ ଘଞ୍ଚ ଜଙ୍ଗଲ ରୁ ୩୪୦ କେଜି ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ଚଉତିରିଶ ଲକ୍ଷ ଟଙ୍କା ହେବ।
ଏହି ଚଢ଼ାଉ ସମୟରେ ଅବକାରୀ ନିରୀକ୍ଷକ ସନ୍ତୋଷ କୁମାର ବଳ, ଅବକାରୀ ଉପ ନିରୀକ୍ଷକ ରମେଶ ଚନ୍ଦ୍ର ସାହୁକାର,ଦୀପକ କୁମାର ସାମଲ,ବ୍ରଜ ବିହାରୀ ନାୟକ,ଏଏସଆଇ ରାମଚନ୍ଦ୍ର ହନ୍ତାଲ,ପ୍ରଦୀପ କୁମାର ନାୟକ, କନେଷ୍ଟବଳ ବିପୁଲ ଶେଖର ଯୋଦ୍ଧର,ପବିତ୍ର ଭତ୍ରା, ଗୋବିନ୍ଦ ବେଞ୍ଜମୀ, ଜ୍ଞାନ ରଞ୍ଜନ ସାହୁ,ଚନ୍ଦ୍ର କାନ୍ତ ନାୟକ,ନାଗେଶ ପଣ୍ଡା, ପ୍ରବୀଣ କୁମାର ସାହୁ, ସରିତା ନାୟକ, ଜୁଲି ସା, ସୁଜାତା ହିଆଲ ପ୍ରମୁଖ ଉପସ୍ଥିତ ଥିଲେ।