PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଭୟଙ୍କର ହିମ ସ୍ଖଳନ, ଜମ୍ମୁ କାଶ୍ମୀରେ ଚାଲିଗଲା ୩ ଭାରତୀୟ  ଯବାନଙ୍କ ଜୀବନ

ଶ୍ରୀନଗର, ୧୯/୧୧ :  ଉତ୍ତର କଶ୍ମୀରର କୁପୱାଡ଼ା ଜିଲ୍ଲା ମାଚ୍ଛିଲ ସେକ୍ଟରରେ ଭୟଙ୍କର ହିମ ସ୍ଖଳନ । ଏହି ସେକ୍ଟର ସମ୍ମୁଖ ପୋଷ୍ଟରେ ଭାରତୀୟ ଯବାନମାନେ ମୁତୟନ ଥିବା ବେଳେ ହିମ ସ୍ଖଳନ ହୋଇଥିବା ଜଣାପଡ଼ିଛି । ହିମସ୍ଖଳନ ଫଳରେ ବରଫ ଅତଡ଼ା କ୍ରମାଗତ ଖସିବାକୁ ଲାଗିଲା । ଏହି ଅତଡ଼ା ତଳେ ଫସି ୩ ଜଣ ଯବାନ ସହୀଦ ହୋଇଛନ୍ତି।

୩ ସହୀଦଙ୍କ ମରଶରୀରକୁ ବରଫ ଅତଡ଼ା ଭିତରୁ ବାହାର କରି ସେନା ବେସ୍‌ କ୍ୟାମ୍ପକୁ ଅଣାଯାଇଛି। ପରେ କୁପୱାଡ଼ାସ୍ଥିତ ସେନା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।  ପୋଲିସର କହିବାନୁସାରେ, ଏକ ଦୁଭାର୍ଗ୍ୟଜନକ ଘଟଣାକ୍ରମେ ୫୬ ରାଷ୍ଟ୍ରୀୟ ରାଇଫଲର ୩ ଜଣ ଯବାନ ମାଚ୍ଛିଲ ସେକ୍ଟରରେ ଡ୍ୟୁଟି କରୁଥିବା ସମୟରେ ହିମ ସ୍ଖଳନ ଯୋଗୁଁ ବୀରଗତି ପ୍ରାପ୍ତ କରିଛନ୍ତି । ୩ ଯବାନ ମୁକେଶ କୁମାର, ଗେକ୍ୱାର୍ଡ ଲକ୍ଷ୍ସମା ରାଓ ଓ ସୌଭିକ୍ ହାଜରା ବୋଲି ଜଣାପଡ଼ିଛି ।  ଦେଶର ସେବା କରିବା ବେଳେ ସେମାନେ ସହିଦ ହୋଇଛନ୍ତି। ସେମାନଙ୍କୁ ପୁଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ସମ୍ବନ୍ଧିତ ଖବର