ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ସରପଞ୍ଚଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ୩ ଆତଙ୍କବାଦୀ ଗିରଫ, ଚାଇନା ପିସ୍ତଲ ଏବଂ ଗୁଳି ଜବତ

ଶ୍ରୀନଗର ୨୩/ ୦୫ : ଜାମ୍ମୁ କାଶ୍ମୀର ପୋଲିସକୁ ବଡ ଧରଣୀ ସଫଳତା ମିଳିଛି । ବାରାମୁଲା ଜିଲ୍ଲାରେ ଜଣେ ସରପଞ୍ଚଙ୍କୁ ହତ୍ୟା ମାମଲରେ ସଂପୃକ୍ତ ପାକିସ୍ତାନ ସ୍ଥିତ ଲସ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନର ୩ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ । ଗତ ମାସରେ ସରପଞ୍ଚଙ୍କୁ ହତ୍ୟା କରିବା ପରେ ପୁଣି ବଡ ଧରଣର ଅପରାଧ ପାଇଁ ଯୋଜନା କରୁଥିବା ବେଳେ କାବୁ କରିଛି ପୋଲିସ । ଗିରଫ ୩ ଆତଙ୍କୀ ହେଉଛନ୍ତି ମହମ୍ମଦ ୟାତୁ, ମହମ୍ମଦ ରଫିକ୍‌ ଏବଂ ଆଶିକ ହୁସେନ୍‌ ।

ଏହାକୁ ନେଇ ଜାମ୍ମୁ କାଶ୍ମୀର ପୋଲିସ କହିଛି ଯେ, 'ଗିରଫ ୩ ଜଣ ଆତଙ୍କବାଦୀ ଲସ୍କର-ଇ-ତୋଏବା ସଂଗଠନର । ଏମାନେ ଗତ ମାସରେ ଜଣେ ସରପଞ୍ଚଙ୍କୁ ଗୁଳିକରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏପ୍ରିଲ ୧୫ ତାରିଖରେ ନିର୍ଦଳୀୟ ସରପଞ୍ଚ ମନୁର୍‌ ଅହମଦଙ୍କୁ ଗୋଶବୁଗ୍‌ ପଟ୍ଟନ ନିକଟରେ ଗୁଳିକରି ହତ୍ୟା କରିଥିଲେ'। ଗିରଫ ଆତଙ୍କବାଦୀ ମାନେ ପାଟନ ନିକଟସ୍ଥ ଘୋଷବାଗ୍‌ର ବାସିନ୍ଦା ବୋଲି ପୋଲିସ କହିଛି ।

ବାରାମୁଲା ଏସ୍‌ପି ରଇସ୍‌ ମହମ୍ମଦ ଭଟ୍ଟ କହିଛନ୍ତି, ' ଗିରଫ ଆତଙ୍କବାଦୀଙ୍କୁ ପଚରାଉଚରା ବେଳେ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏମାନେ ସମସ୍ତେ ଲସ୍କର କମାଣ୍ଡର ୟୁୁସୁଫ୍‌ କାଟଜୁ ଏବଂ ହିଲାଲ୍‌ ଶେଖ୍‌ ସହ ସିଧାସଳଖ ଯୋଗାଯୋଗରେ ଥିଲେ। ୟୁସୁଫ୍‌ ଏବଂ ହିଲାଲ୍‌ ଅପରାଧର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ । ମୋହରା ସାଜିଥିଲେ ଏହି ୩ ଜଣ ଆତଙ୍କୀ । ବଡ କଥା ହେଉଛି ଏହି ଦୁଇ ଜଣ ହାର୍ଡକୋର ଆତଙ୍କବାଦୀ ମେ ୨୧ ଏବଂ ୨ ୨ ତାରିଖରେ ମାଲବାହ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ ।

ଗିରଫ ୩ ଆତଙ୍କୀ ମହମ୍ମଦ ୟାତୁ, ମହମ୍ମଦ ରଫିକ୍‌ ଏବଂ ଆଶିକ ହୁସେନ୍‌ ନିକଟରୁ ୩ଟି ଚାଇନା ପିସ୍ତଲ, ୩ ଟି ମାଗାଜିନ୍, ୨ଟଇ ଗ୍ରେନେଡ୍‌ ଏବଂ ଗୁଳି ଜବତ କରାଯାଇଛି । ବାରାମୁଲାରେ ପୁଣି ଅପରାଧିକ କାର୍ଯ୍ୟକଳାପ କରିବା ପାଇଁ ଏମାନେ ପ୍ରସ୍ତୁତ ହେଉଥିଲେ । ଏହା ପୂର୍ବରୁ ସେମାନଙ୍କୁ କାବୁ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.