PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

୩ ହଜାର ପୂଜାସ୍ଥଳୀ, ୪୦୦ ଜନଜାତିି ସଂସ୍କୃତି କ୍ଲବ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ ।୨(ବ୍ୟୁରୋ): ଭୋଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳିଛନ୍ତି ଆଦିବାସୀ କାର୍ଡ । ମଙ୍ଗଳବାର ସଚିବାଳୟରୁ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ୯ ଜନଜାତି ବହୁଳ ଜିଲ୍ଲାରେ ୩ ହଜାର ଧାର୍ମିକ ପୂଜାସ୍ଥଳୀ ଓ ୪ ଶହ ଜନଜାତି କ୍ଲବ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୯ଟି ଜନଜାତି ପରିଷଦର ଜନଜାତି ବର୍ଗର କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଜନଜାତି କଳା ଓ ସଂସ୍କୃତି ହେଉଛି ଆମର ଗୌରବ । ଏହାର ସୁରକ୍ଷା ଓ ବିକାଶ ଆମର ଦାୟିତ୍ୱ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ୯ ଜିଲ୍ଲାରେ ଗଠିତ ସ୍ୱତନ୍ତ୍ର ବିକାଶ ପରିଷଦଗୁଡ଼ିକ କଳା ଓ ସଂସ୍କୃତିର ସୁରକ୍ଷା ଦିଗରେ ବହୁତ ଭଲ କାମ କରୁଛନ୍ତି । ଜନଜାତି ସାଂସ୍କୃତିକ ସ୍ୱତନ୍ତ୍ର ପରିଚୟ ବଜାୟ ରଖିବା ଓ ଜନଜାତି ଐତିହ୍ୟର ସୁରକ୍ଷା ପାଇଁ ଗତ ୧୦ ମାସ ମଧ୍ୟରେ ବହୁତ ଭଲ କାମ କରିଛନ୍ତି । ଏଥିପାଇଁ ୨୫ ହଜାର ଜନଜାତି କଳାକାରମାନଙ୍କୁ ‘କଳାକାର କାର୍ଡ’ ପ୍ରଦାନ କରାଯାଇଛି ।
ଉଲ୍ଲେଖଯୋଗ୍ୟ, ଗତ ୨୦୧୮ ମାର୍ଚ୍ଚ ମାସରେ ୯ ଜନଜାତି ବହୁଳ ଜିଲ୍ଲାରେ ୯ଟି ସ୍ୱତନ୍ତ୍ର ବିକାଶ ପରିଷଦ ଗଠିତ ହୋଇଥିଲା । ଜନଜାତିମାନଙ୍କ ଭାଷା, ସଂସ୍କୃତି ଆଦିତର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ଏହି ପରିଷଦଗୁଡ଼ିକ କାମ କରୁଛନ୍ତି । ଏଥିରେ ସମସ୍ତ ୬୨ ବର୍ଗର ଜନଜାତି ଓ ଆଦିମ ଜନଜାତି ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ପବିତ୍ର ପୂଜାସ୍ଥଳୀର ବିକାଶ ଓ ସଂସ୍କୃତି କ୍ଲବର ଗଠନ ସହ ବାଦ୍ୟଯନ୍ତ୍ର ଯୋଗାଣ, ନୃତ୍ୟ ଆଭୂଷଣ ପ୍ରଦାନ, କାରୀଗର ପରିଚୟ ପ୍ରଦାନ, କ୍ରୀଡ଼ା ଉପକରଣ ଯୋଗାଣ, ସାଂସ୍କୃତିକ ଓ କ୍ରୀଡ଼ା ଉତ୍ସବ, ଜନଜାତି ସଂସାଧନ କେନ୍ଦ୍ର ସ୍ଥାପନ, ସଂଗ୍ରହାଳୟ ପ୍ରତିଷ୍ଠା ଆଦି କାର୍ଯ୍ୟ ଏହି ପରିଷଦ ଜରିଆରେ ହେଉଛି ।
ଏହି ଅବସରରେ ୯ଟି ଯାକ ଜିଲ୍ଲା ସଦରମହକୁମାରେ ଉପସ୍ଥିତ ଜନଜାତି କଳାକାରମାନଙ୍କ ସହ ମୁଖ୍ୟମନ୍ତ୍ରୀ ଭାବ ବିନିମୟ କରିଥିଲେ । ପୁସ୍ତକ ‘ଡେମୋଗ୍ରାଫିକ୍‌ ପ୍ରୋଫାଇଲ ଅଫ ସିଡ୍ୟୁଲ ଟ୍ରାଇବ୍‌ସ ଇନ୍‌ ଓଡ଼ିଶା’, ‘ଓଡ଼ିଶା ଷ୍ଟେଟ୍‌ ଟ୍ରାଇବାଲ ମ୍ୟୁଜିୟମ ଆଣ୍ଡ ସ୍ପେସାଲ ଡେଭେଲପମେଣ୍ଟ କାଉନସିଲ’ ଉନ୍ମୋଚନ ହୋଇଥିଲା ।
କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ରମେଶ ମାଝୀ, ରାଜ୍ୟ ସରକାରଙ୍କ କଳା ଓ ସଂସ୍କୃତି ଉପଦେଷ୍ଟା ଆର୍‌.ବାଲକ୍ରିଷ୍ଣନ୍‌, ଉନ୍ନୟନ କମିଶନର ଅସିତ୍‌ ତ୍ରିପାଠୀଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।