ନୂଆଦିଲ୍ଲୀ - ବେଙ୍ଗାଲୁରୁରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ୱାଟର ପୁଲ୍‌ରେ ଖସି ପଡ଼ିବାରୁ ଜଣେ ତିନି ବର୍ଷିୟ ପିଲାର ମୃତ୍ୟୁ ହୋଇଛି, ଯେତେବେଳେ କି ମାଆ ମ୍ୟାଟରନିଟି ଫଟୋସୁଟ୍‌ରେ ବ୍ୟସ୍ତ ଥିଲେ। କୁନି ପିଲାଟିର ନାଁ ଲକ୍ଷ୍ମମୀର। ମାଆ ସ୍ୱାତି ଓ ବାପାଙ୍କ ନାଁ ଚରନ। ସ୍ୱାତି ୮ ମାସର ଗର୍ଭବତୀ ଥିଲେ ଏବଂ ସେ ତାଙ୍କର ଦ୍ୱିତୀୟ ପିଲା ଆସିବାର ପ୍ରସ୍ତୁତିରେ ମ୍ୟାଟରନିଟ ଫଟୋସୁଟ୍ କରୁଥିଲେ। ଏହି ଘଟଣା ଶନିବାର ବେଙ୍ଗାଲୁରୁର ଗିଦ୍ଦନହଲ୍ଲୀ ଅଞ୍ଚଳରେ ଏକ ପ୍ରାଇଭେଟ୍ ଷ୍ଟୁଡିଓରେ ହୋଇଛି, ଯେଉଁଠି ଫଟୋସୁଟ୍ କରିବା ପାଇଁ ଏକ ଛୋଟ ଆର୍ଟିଫିସିଆଲ ୱାଟର ପୁଲ୍ ତିଆରି କରାଯାଇ ଥିଲା। ପିଲାଟି ମାଆ ସହ ଷ୍ଟୁଡିଓରେ ଉପସ୍ଥିତ ଥିଲା ଏବଂ ଖେଳୁ ଖେଳୁ ସେ ଏହି ପୁଲରେ ଖସି ଯାଇ ପଡ଼ି ଯାଇ ଥିଲା।

ଆହୁରି ମଧ୍ୟ ପଢନ୍ତୁ : ଆଶ୍ଚର୍ଯ୍ୟ ! ୧୦ ବର୍ଷିୟ ପିଲା ୩୦୦ଟଙ୍କାରେ କିଣି ଥିଲେ ୱେବସାଇଟ୍ ; ୬୦୦ କୋଟିରେ ବିକ୍ରି କରି କୋଟିପତି

ଘଟଣା ସମୟରେ ସ୍ୱାତି ଫଟୋସୁଟ୍‌ରେ ବ୍ୟସ୍ତ ଥିଲେ, ସେତେବେଳେ ଲକ୍ଷ୍ମମୀର ଆଖପାଖରେ ଖେଳୁ ଥିଲେ। ହଠାତ୍ ସେ ପୁଲ୍‌ରେ ଖସି ପଡ଼ି ଥିଲେ , କିନ୍ତୁ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକେ ହଠାତ୍ ଏହା ଜାଣି ପାରି ନଥିଲେ। ଯେବେ ପିଲାକୁ ବାହାରକୁ ଅଣାଗଲା , ସେତେବେଳେ ସେ ବେହୋସ୍ ହୋଇ ସାରି ଥିଲେ ଏବଂ ବୁଡ଼ିଯିବା କାରଣରୁ ତାଙ୍କର ନିଃଶ୍ୱାସ ବନ୍ଦ ହୋଇ ଯାଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇ ଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରି ଥିଲେ। ପୋଷ୍ଟମର୍ଟମ ଯାଞ୍ଚ ପାଇଁ ମୃତଦେହକୁ ସରକାରୀ ହସ୍ପିଟାଲ ପଠାଗଲା। ପୁଲିସ ଅନୁସାରେ , ପିଲାର ପିତା ଚରଣ ସେହି ସମୟରେ ବିଦେଶରେ ଥିଲେ ଏବଂ ତାଙ୍କୁ ସୂଚନା ମିଳିବା କ୍ଷଣି ସେ ବେଙ୍ଗାଲୁରୁ ଫେରିଥିଲେ।

ଉକ୍ତ ଦୁର୍ଘଟଣା ଏକ ଛୋଟିଆ ଅବହେଳାର ଫଳ ଭାବେ କୁହାଯାଉଛି। ଷ୍ଟୁଡିଓରେ ଥିବା ପୁଲ୍ ଫଟୋସୁଟ୍ ପାଇଁ ତିଆରି କରାଯାଇ ଥିଲା, କିନ୍ତୁ ପିଲାର ସୁରକ୍ଷା ପାଇଁ ଉଚିତ୍ ବନ୍ଦୋବସ୍ତ କରାଯାଇ ନଥିଲା। ପୁଲିସ ମାମଲାରେ ଅବହେଳାର ଯାଞ୍ଚ ଆରମ୍ଭ କରି ଦେଇଛି ଏବଂ ଏହା ଦେଖାଯାଉଛି ଯେ, ଫଟୋସୁଟ୍ ବେଳେ ପର୍ଯ୍ୟାପ୍ତ ସାବଧାନତା ଅବଲମ୍ୱନ କରାଯାଇ ଥିଲା ନା ନାହିଁ। ଅନେକ ରିପୋର୍ଟରେ କୁହାଯାଇଛି ଯେ, ପିଲାଟି ମାଆଙ୍କର ବନ୍ଧୁଙ୍କ ମ୍ୟାଟରନିଟ୍ ସୁଟ୍ ପାଇଁ ମଧ୍ୟ ସାଥିରେ ଯାଇ ଥିଲା , କିନ୍ତୁ ମୁଖ୍ୟ ରୂପେ ଏହା ସ୍ୱାତିଙ୍କର ଫଟୋସୁଟ୍ ସହ ଜଡ଼ିତ ମାମଲା। ଏହି ଘଟଣା ମାତାପିତା ଓ ଷ୍ଟୁଡିଓ ମାଲିକଙ୍କ ପାଇଁ ପିଲାର ସୁରକ୍ଷାକୁ ନେଇ ଏକ ବଡ଼ ଶିକ୍ଷା ଦେଇଛି।

ଏହି ଦୁଃଖଦ ଘଟଣା ପରିବାରକୁ ବଡ଼ ଝଟକା ଦେଇଛି। ଗୋଟେ ସ୍ୱାତି ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବାର ଖୁସିରେ ଥିବା ବେଳେ, ଅନ୍ୟପଟେ ତାଙ୍କର ବଡ଼ ପୁଅର ହଠାତ୍ ମୃତ୍ୟୁ ସବୁକିଛି ଉଜାଡ଼ି ଦେଇଛି।