ନୂଆଦିଲ୍ଲୀ -୧୯୯୩ ମସିହାରେ ଯେବେ ବିଶ୍ୱରେ ଅଧିକାଂଶ ଘରେ ଇଣ୍ଟରନେଟ୍ ଉପଲବ୍ଧ ନଥିଲା, ସେତେବେଳେ ଜଣେ ୧୦ ବର୍ଷ ବୟସର ପିଲା ଚୁପଚାପ୍ ଏକ ଏମିତି ପଦକ୍ଷେପ ନେଇଥିଲେ, ଯିଏକି ଦିନି ଦଶନ୍ଧି ପରେ ଏବେ ଇତିହାସ ରଚି ପାରିଛନ୍ତି। ସେହି ପିଲାଟିର ନାମ ଥିଲା- Arsyan Ismail , ସେ ନିଜ ମାଆଙ୍କ କ୍ରେଡିଟ୍ କାର୍ଡରେ କେବଳ ୩୦୦ ଟଙ୍କାରେ ଏକ ଦୁଇ ଅକ୍ଷରର ..com ଡୋମେନ୍-AI.com ରେଜିଷ୍ଟର କରିଥିଲେ। ସେହି ସମୟରେ ଏହା କେବଳ ଏକ ସିମ୍ପଲ ଅନଲାଇନ୍ ରେଜିଷ୍ଟ୍ରେସନ ଥିଲା, କିନ୍ତୁ ପରେ ଏହି ପଦକ୍ଷେପ ଡିଜିଟାଲ ଦୁନିଆର ସବୁଠୁ ବଡ଼ ଡିଲ୍ରେ ବଦଳି ଗଲା।
ଆହୁରି ମଧ୍ୟ ପଢନ୍ତୁ : ଭାଲେଣ୍ଟାଇନ ୱିକ୍ରେ ଖୋଲିଲା ନିଆରା କାଫେ , ଏଆଇ ପ୍ରେମୀ କରୁଛନ୍ତି ଡେଟିଂ... ମଣିଷର ଆବଶ୍ୟକତା ନାହିଁ
ମାଲେସିଆରେ ସେହି ସମୟରେ ଇଣ୍ଟରନେଟ୍ର ବ୍ୟବହାର ଖୁବ୍ ଲିମିଟେଡ୍ ଥିଲା। Arsyan Ismail ଏହି ଡୋମେନ୍ କିଛି ଭାବିଚିନ୍ତି କ୍ରୟ କରି ନ ଥିଲେ। ରିପୋର୍ଟ ଅନୁସାରେ , ସେ AI ନାମ ଏଥିପାଇଁ ବାଛି ଥିଲେ , କାରଣ ଏହି ଲେଟର୍ସ ତାଙ୍କ ନାମର ଆରମ୍ଭ ଲେଟର ଥିଲା। ଏହି ଅର୍ଡର ସେହି ସମୟରେ ପିଲାଳିଆମୀ ଭାବେ କରାଯାଇଥିଲା ଏବଂ ତାଙ୍କୁ ଏହା ଜଣାନ ଥିଲା ଯେ, ତାଙ୍କର ଏହି ନିଷ୍ପତ୍ତି କେତେ ଭଲ ଓ ଫଳପ୍ରଦ ହୋଇଯିବ। ଡୋମେନ ଅନେକ ବର୍ଷ ଯାଏ ତାଙ୍କ ପାଖରେ ଥିଲା ଏବଂ ଏହା ଉପରେ ସେମିତି କୌଣସି ବିଶେଷ ଆଲୋଚନା ହୋଇନଥିଲା।
ସମୟାନୁସାରେ ପରିବର୍ତ୍ତନଶୀଳ ଦୁନିଆରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଗ୍ଲୋବାଲ ଟେକ୍ ସ୍ପେସ୍କୁ ବଦଳାଇ ଦେଇଛି। ଷ୍ଟକ୍ ଟ୍ରେଡିଂରୁ ନେଇ ଚାଟ୍ବଟ୍ସ ଓ ଅଟୋମେସନ ଯାଏ , ଏଆଇ ପ୍ରତି କ୍ଷେତ୍ରରେ କେନ୍ଦ୍ରୀୟ ଭୂମିକା ନିର୍ବାହ କରୁଛି। ଯେପରି ଭାବେ ଏଆଇ ଇଣ୍ଟଷ୍ଟ୍ରୀର ବିସ୍ତାର ହେଲା , ଏହାସହ ଛୋଟ ଓ ଦୁର୍ଲଭ ନେମ୍ର ଦାମ୍ ଆକାଶ ଛୁଇଁବାକୁ ଲାଗିଲା। ଦୁଇ ଅକ୍ଷର ଥିବା .com ଡୋମେନ୍ ବହୁତ ଲିମିଟେଡ୍ ହୋଇଥାଏ ଏବଂ AI.com ଏହି କ୍ୟାଟେଗୋରୀରେ ସବୁଠୁ ଏଲିଜିବଲ ନାମରେ ଗଣାଯାଏ।
ଅପ୍ରେଲ୍ , ୨୦୨୫ରେ ଏହି ଡୋମେନ ପାଖାପାଖି ୭୦ ମିଲିୟମ ଡଲାଲ, ଅର୍ଥାତ୍ ପାଖାପାଖି ୬୦୦ କୋଟି ଟଙ୍କାରେ ବିକ୍ରି କରାଗଲା। ବିଶେଷ କଥା ଏହା ଯେ, ପୂରା ଅର୍ଥ ରାଶିର ଦେୟ କ୍ରିପ୍ଟୋକରେନ୍ସିରେ କରାଗଲା। ଏହି ଚୁକ୍ତି ୨୦୧୦ରେ CarInsurance.comର ୪୯.୭ ମିଲିୟନ ଡଲାର ବିକ୍ରିର ରେକର୍ଡକୁ ଅତିକ୍ରମ କରିଥିଲା ଏବଂ ଏବେସୁଦ୍ଧା ସବୁଠୁ ମହଙ୍ଗା ପବ୍ଲିକଲି ରିପୋର୍ଟ କରାଯାଇ ଇବା ଡୋମେନ ଡିଲ୍ ହୋଇ ପାରିଛି।
ଆହୁରି ମଧ୍ୟ ପଢନ୍ତୁ :ଇନଷ୍ଟାଗ୍ରାମ ନିଜକୁ ଧନୀ କହୁଥିବା ପ୍ରେମିକ ଜଣେ ଦିନ ମଜୁରିଆ , ସ୍ୱାମୀଙ୍କ ପାଖକୁ ଫେରି ଆସିଲେ ଫେରାର ମହିଳା