ଭୁବନେଶ୍ବର, ୨୭।୧୧ : ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାର କରି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏକକେସିଜି ରେଡକ୍ରସ ରକ୍ତ ଭଣ୍ଡାରର ପୂର୍ବତନ ଆସିଷ୍ଟାଣ୍ଡ କାଉଣ୍ଟରଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ରାୟରେ ଦର୍ଶାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ପୂର୍ବତନ ଆସିଷ୍ଟାଣ୍ଡ କାଉଣ୍ଟର ଜୟନ୍ତୀ କୁମାର ମହାନ୍ତି।
ରକ୍ତଭଣ୍ଡାରରୁ ପ୍ରତିଦିନ ଆଦାୟ ହେଉଥିବା ଟଙ୍କାର ନକଲି ରସିଦ କରି କମ ଅର୍ଥ ଦର୍ଶାଇ ସରକାରୀ ଅର୍ଥର ଆତ୍ମସାତ କରୁଥିଲେ। ଭିଜିଲାନ୍ସ ଏହାର ତଦନ୍ତ କରି ସରକାରୀ ଅର୍ଥ ହେରଫେର ହୋଇଥିବା ଜାଣିବାକୁ ପାଇଥିଲା।