PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଚଳଚ୍ଚିତ୍ର ଚୋରି, ନକଲ କଲେ ୩ ବର୍ଷ ଜେଲ୍‌

ନୂଆଦିଲ୍ଲୀ,୬ା୨(ଏଜେନ୍ସି): ଚଳଚ୍ଚିତ୍ର ଚୋରି କିମ୍ବା ନକଲ କରିବା ମହଙ୍ଗା ପଡ଼ିବ । ଏହାକୁ ଦଣ୍ଡନୀୟ ଅପରାଧ ବିବେଚନା କରାଯିବ । ଏଥିରେ ୩ ବର୍ଷ ଜେଲଦଣ୍ଡ, ୧୦ ଲକ୍ଷ ଟଙ୍କା ଜରିମାନା ଅଥବା ଉଭୟ ଦଣ୍ଡବିଧାନ ହୋଇପାରେ । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଏଭଳି ଏକ ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ମଞ୍ଜୁରି ଦିଆଯାଇଛି ।
ସିନେମାଟୋଗ୍ରାଫ୍‌ ଆଇନ ୧୯୫୨ରେ ଆବଶ୍ୟକ ସଂଶୋଧନ ପାଇଁ ସିନେମାଟୋଗ୍ରାଫ୍‌ ସଂଶୋଧନ ବିଲ୍‌ ୨୦୧୯ ଆଗତ ନିମନ୍ତେ ମନ୍ତ୍ରାଳୟର ପ୍ରସ୍ତାବ ଦେଇଥିଲା । ଏଥିରେ ନୂଆ ଧାରା ୬କକ ସାମିଲ କରାଯିବ ଏବଂ ସିନେମାଟୋଗ୍ରାଫ୍‌ ଆଇନ ୧୯୫୨ର ଧାରା ୬କ ପରେ ଏହାକୁ ଯୋଡ଼ାଯିବ ବୋଲି ମନ୍ତ୍ରାଳୟ କହିଥିଲା । ମନ୍ତ୍ରାଳୟର ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଏହାକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଥିବାରୁ ପରେ ଏହାକୁ ସଂସଦରେ ଆଗତ କରାଯିବ ।
‘୬କକ’ରେ ରହିଥିବା ପ୍ରସ୍ତାବ ମୁତାବକ ଲେଖକଙ୍କ ବିନାନୁମତିରେ ଜଣେ ବ୍ୟକ୍ତି ତାଙ୍କ ଚଳଚ୍ଚିତ୍ରକୁ ନକଲ କରି ତାହାର ଦୃଶ୍ୟସ୍ରାବ୍ୟ ରେକର୍ଡିଂ କରିପାରିବେ ନାହିଁ । ଏଥିପାଇଁ ଲେଖକଙ୍କ ଲିଖିତ ଅନୁମତି ହାସଲ କରିବାକୁ ହେବ । ଯଦି ଜଣେ ବ୍ୟକ୍ତି ଧାରା ୬କକରେ ଥିବା ନିୟମକୁ ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ ଜେଲ୍‌ଦଣ୍ଡ ମିଳିବ, ଯାହାକୁ ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ । ୧୦ ଲକ୍ଷ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡବିଧାନ ମିଳିବ । ପ୍ରସ୍ତାବିତ ସଂଶୋଧନ ଦ୍ୱାରା ଚଳଚ୍ଚିତ୍ର ଶିଳ୍ପ ରାଜସ୍ୱ ବୃଦ୍ଧି ପାଇବ ଏବଂ ଅଧିକ ନିଯୁକ୍ତି ସୃଷ୍ଟି ହେବ । ଏହାବ୍ୟତୀତ ଭାରତର ବୌଦ୍ଧିକ ସମ୍ପତ୍ତି ନୀତିର ଉଦ୍ଦେଶ୍ୟ ପୂରଣ ହୋଇପାରିବ ।

ସମ୍ବନ୍ଧିତ ଖବର