PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଦାରିଦ୍ର‍୍ୟ ସୀମାରେଖାରୁ ବାହାରିଛନ୍ତି ୩୦କୋଟି ଭାରତୀୟ, ଦେଶ ଦ୍ରୁତଗତିରେ ବୃଦ୍ଧିପାଉଥିବା ଅର୍ଥବ୍ୟବସ୍ଥା ହୋଇ ରହିବ

ନୂଆଦିଲ୍ଲୀ ୧୬/ ୦୮: ଭାରତରେ କମିଛି ଗରିବୀ । ଗତ ୧୫ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୩୦ କୋଟିରୁ ଉର୍ଦ୍ଧ୍ବ ଲୋକେ ଗରିବୀ ସୀମାରେଖାରୁ ବାହାରକୁ ଆସିଛନ୍ତି । ଏଭଳି କହିଛନ୍ତି HDFC ବ୍ୟାଙ୍କର ଚେୟାରମ୍ୟାନ୍‌ ଦୀପକ ପାରେଖ । ସେ କହିଛନ୍ତି, ଆଗାମୀ କିଛି ବର୍ଷ ମଧ୍ୟରେ ଭାରତ ବିଶ୍ବର ସବୁଠାରୁ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଅର୍ଥ ବ୍ୟବସ୍ଥା ହେବ । ୧୯୯୦ ଦଶକରେ ଦେଶର ଜିଡିପି ୩୦୦ ଅରବ ଡଲାରରୁ ସାମାନ୍ୟ ଅଧିକ ଥିଲା । କିନ୍ତୁ ଆଜି ତାହା ୩ଲକ୍ଷ କୋଟି ଡଲାର ପାଖାପାଖି ପହଞ୍ଚିସାରିଛି’।

ସେ କହିଛନ୍ତି, ବୈଶିକ ବିକାଶରେ ଭାରତର ଯୋଗଦାନ ମଧ୍ୟ ବଢିଛି । ପୁରା ବିଶ୍ବର ବିକାଶରେ ଭାରତର ଯୋଗଦାନ ୧୪ ପ୍ରତିଶତ ରହିଛି । ଦୀପକ ପାରେଖ କହିଛନ୍ତି, ‘ଗତ ୧୫ ବର୍ଷ ମଧ୍ୟରେ ୩୦ କୋଟିରୁ ଅଧିକ ଭାରତୀୟ ଗରିବ ସୀମାରେଖା ବାହାରକୁ ବାହାରିଛନ୍ତି । ଭାରତ ବିଶ୍ବର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅର୍ଥ ବ୍ୟବସ୍ଥା ଏବଂ ଆଗକୁ ମଧ୍ୟ ତାହା ଚାଲୁରହିବ । ଏଥିପାଇଁ ଖାଦ୍ୟ ଓ ଉର୍ଜା ସୁରକ୍ଷା ଏବଂ ଆର୍ଥିକ ତଥା ପଞ୍ଜି ଉପରେ କାର୍ଯ୍ୟ କରିବାକୁ ହେବ’।

ଦୀପକ ପାରେଖ କହିଛନ୍ତି, ଭାରତରେ ଅଧିକରୁ ଅଧିକ ନିବେଶର ଆବଶ୍ୟକତା ରହିଛି । ମଧ୍ୟମ ବର୍ଗଙ୍କ ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ ଘରୋଇ ଉତ୍ପାଦ ବୃଦ୍ଧି କରିବା ପାଇଁ ଅଧିକ ପରିମାଣରେ ନିବେଶ ହେବା ଆବଶ୍ୟକ । ଯାହା ଫଳରେ ବିଦେଶୀ ସାମଗ୍ରୀ ଉପରେ ଆମକୁ ଅଧିକ ନିର୍ଭର ହେବାକୁ ପଡିବନି। ଦୂରଦର୍ଶୀତା ଏବଂ ଦୃଢ ନିଶ୍ଚୟ ବିନା କିଛି ବି ହାସଲ କରାଯାଇପାରିବ ନାହିଁ’।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗାମୀ ୨୫ ବର୍ଷର ଭିଜନକୁ ନେଇ ଦୀପକ ପାରେଖ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନିକଟରେ ରାଜନୈତିକ ପୁଞ୍ଜି ରହିଛି । ଯେଉଁଥି ପାଇଁ କି ସେ ଭାରତକୁ ଅନ୍ତରାଷ୍ଟ୍ରୀୟକୁ ନେଇ ତାର ବିଶ୍ବସନୀୟତା ବୃଦ୍ଧି କରାଇବା ସହିତ ବିକାଶ ପଥରେ ନେଇପାରିବେ’। ସୂଚନା ଥାଉକି, ୭୬ ତମ ସ୍ବାଧୀନତା ଦିବସରେ ଲାଲ କିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଆସନ୍ତା ୨୫ ବର୍ଷରେ ଭାରତ ଏକ ବିକଶିତ ରାଷ୍ଟ୍ର ହୋଇ ଛିଡା ହେବ ।

ସମ୍ବନ୍ଧିତ ଖବର