ଫିରିଙ୍ଗିଆ, ୧୭/୩ ; ଫିରିଙ୍ଗିଆ ବ୍ଲକରେ ଦିନକୁ ଦିନ ଗଞ୍ଜେଇ ଚାଷ ଏବଂ ଚାଲାଣ  ବୃଦ୍ଧି ପାଇବାରେ ଲାଗିଛି । ସାଇକେଲ ଠାରୁ ଆରମ୍ଭ କରି ବାଇକ ଏବଂ ଦାମୀ ଗାଡ଼ିରେ ଗଞ୍ଜେଇ ଏହି ଅଞ୍ଚଳ ରୁ ବାହାରକୁ ଚାଲାଣ ହେଉଛି । ଫିରିଙ୍ଗିଆ ପୁଲିସ ପାଟ୍ରୋଲିଂ ବେଳେ ଏକ ନୂଆ ଦାମୀ କାର ସହ ତିରିଶ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଗଞ୍ଜେଇ ଚାଲାଣ ରେ ସମ୍ପୃକ୍ତ ଡ୍ରାଇଭର ସହ ୩ ଜଣ କୁ ଗିରଫ କରିଛି।

ସୋମବାର ଫିରିଙ୍ଗିଆ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ମଣିପଦର ଛକରେ କାରକୁ ଅଟକାଇଥିଲେ । କାରକୁ ତନଖି ପରେ କାର ଭିତର ଇଞ୍ଜିନ ଭିତରେ ଅଭିନଵ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା।   ଘଟଣା ସ୍ଥଳରେ କାର ଓ ଗଞ୍ଜେଇ ସହ ଗଞ୍ଜେଇ ଚାଲାଣ ରେ ସମ୍ପୃକ୍ତ ଉଦୟଗିରି ଥାନା ଅଧୀନ ବୁରୁପତି ଗାଁର କାର ଡ୍ରାଇଭର ମିକାଶ ପ୍ରଧାନ ଓ ଫିରିଙ୍ଗିଆ ଥାନା ଅଧୀନ କଡୁରାହା ଗାଁର ପ୍ରେମାନନ୍ଦ ମଲିକ ଓ ବ୍ୟାସଦେବ କହଁର ଙ୍କୁ ଗିରଫ କରିଥିଲା ଫିରିଙ୍ଗିଆ ପୁଲିସ  ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥିବା ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ମହାନନ୍ଦିଆଙ୍କ ଉପସ୍ଥିତ ରେ ଘଟଣା ସ୍ଥଳରେ ଗଞ୍ଜେଇ ଓଜନ କରାଯାଇଥିବା ବେଳେ ଗଞ୍ଜେଇ ତିରିଶ କେଜି ହୋଇଥିଲା।  ଗଞ୍ଜେଇ କେଲାପଡା ଅଞ୍ଚଳ ରୁ ଭୁବନେଶ୍ୱର ଯାଉଥିବା ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୀ ଧର ସାହୁ ସୂଚନା ଦେଇଛନ୍ତି l