ଋଷିକୂଲ୍ୟା ନଦୀପଠାରୁ ବେଆଇନ ବାଲି ଚାଲାଣ, ୩୦ଟି ଟ୍ରକ ଜବତ

ଗଞ୍ଜାମ,୧ ।୬ ଗଞ୍ଜାମ ଜିଲା ରୁଷିକୂଲ୍ୟା ନଦୀ ପଠାରୁ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ୩୦ ଗାଡି ଜବତ କରାଯାଇଛି । ଗତକାଲି ଗଞ୍ଜାମ ଜିଲାପାଳଙ୍କ ନେତୃତ୍ୱରେ ଚଢାଉ କରାଯାଇ ୩୦ଟି ବାଲି ବୋଝେଇ ଟ୍ରକ ଜବତ କରାଯାଇଛି । ୩୦ଟି ବାଲି ବୋଝେଇ ଗାଡିରୁ ୬ଟି ଆନ୍ଧ୍ର ଗାଡି ରହିଛି ।
ଋଷିକୂଲ୍ୟା ନଦୀପଠାରୁ ବିଭିନ୍ନ ସମୟରେ ବାଲି ଉଠାଣ ହେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା । ଗତକାଲି ଜିଲାପାଳଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା । ଛତ୍ରପୁର ଉପଜିଲାପାଳ, ଛତ୍ରପୁର ତହସିଲଦାର ପୋଲିସ ଏଥିରେ ସାମିଲ ହୋଇଥିଲେ । ବାଲି ଚୋର ଚାଲାଣ ର ମାଷ୍ଟର ମାଇଣ୍ଡ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।