ପ୍ରିୟଙ୍କାଙ୍କ ରାଲିରୁ ୩୦୦ ମୋବାଇଲ୍ ଫୋନ୍ ଚୋରି

source:http://www.newagebd.net
ନୂଆଦିଲ୍ଲୀ,୧୨ ।୨(ଏଜେନ୍ସି): କଂଗ୍ରେସ ସାଧାରଣ ସଂପାଦକ ଭାବେ ନିଯୁକ୍ତି ପାଇବା ପରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ପ୍ରଥମ ଥର ପାଇଁ ଲକ୍ଷେ୍ନø ଗସ୍ତ କରିଥିଲେ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ପୂର୍ବ ୟୁପିର ଦାୟିତ୍ୱ ସମ୍ଭାଳୁଥିବା ପ୍ରିୟଙ୍କାଙ୍କୁ ସ୍ୱାଗତ କରିବା ପାଇଁ କଂଗ୍ରେସ ଦ୍ୱାରା ଏକ ବଡ଼ଧରଣର ରୋଡ ସୋ’ ଆୟୋଜନ କରାଯାଇଥିଲା । ତାଙ୍କ ସହିତ ପଶ୍ଚିମ ୟୁପି ଦାୟିତ୍ୱରେ ଥିବା କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବି ଏଥିରେ ଯୋଗ ଥିଲେ । ପ୍ରିୟଙ୍କାଙ୍କ ଉପସ୍ଥିତି ଯୋଗୁ କଂଗ୍ରେସ ନେତା ଓ କର୍ମୀମାନେ ଉତ୍ସାହିତ ହୋଇପଡିଥିଲେ । ସେମାନେ ଜୋରସୋରରେ ନାରାବାଜି କରିବା ସହିତ ପ୍ରାୟ ୧୦ କିମି ଯାଏଁ ଚାଲି ଚାଲି ଯାଇଥିଲେ । ହେଲେ ଏହି ରାଲି ଅନେକ କଂଗ୍ରେସ ନେତା ଓ କର୍ମୀଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି । ରାଲିରୁ ପ୍ରାୟ ୩୦୦ କଂଗ୍ରେସ ନେତାଙ୍କ ମୋବାଇଲ ଫୋନ, ଘଣ୍ଟା ଏବଂ ନଗଦ ଟଙ୍କା ଚୋରି ହୋଇଯାଇଥିବାର ଅଭିଯୋଗ ହୋଇଛି । କଂଗ୍ରେସ ନେତାମାନେ ରାଲିରେ ମସଗୁଲ ଥିଲାବେଳେ ଲୁଟିଆମାନେ ଏହି ମଉକାରେ ମନଇଛା ହାତସଫେଇ କରି ଦାମୀ ଫୋନସହ ଅନ୍ୟ ସାମଗ୍ରୀ ଲୁଟ୍ କରି ନେଇଯାଇଥିଲେ । ଏମିତିକି କଂଗ୍ରେସ ପ୍ରବକ୍ତା ଜିସାନ ହାଇଦର ଏବଂ ଆସିଷ୍ଟାଣ୍ଟ ସିଟି ମାଜିଷ୍ଟ୍ରେଟଙ୍କ ଫୋନ ବି ଲୁଟ ହୋଇଛି । ଏହି ଘଟଣା ନେଇ କଂଗ୍ରେସ ନେତାମାନେ ପୁଲିସ ନିକଟରେ ଅଭିଯୋଗ କରିଥିଲେ ବି ପୁଲିସ ଏହାକୁ ଗୁରୁତ୍ୱ ଦେଇନଥିଲା । ଏଥିରେ କ୍ଷୁବ୍ଧ ହୋଇ କେତେକ କଂଗ୍ରେସ ନେତା ରାସ୍ତା ଉପରେ ଧାରଣା ଦେଇଥିଲେ ।