ରାଜ୍ୟରେ ୩ଶହ ଟପିଲା ଦୈନିକ ସଂକ୍ରମଣ, ଆଗକୁ ଆହୁରି ବଢ଼ିବ କରୋନ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର ୦୨/୦୬: ରାଜ୍ୟରେ କ୍ଷିପ୍ର ଗତିରେ ମାଡ଼ିଲାଣି କରୋନା । ଚାରିଆଡ଼େ କାୟାବିସ୍ତାର କଲାଣି । ବଢ଼ୁଥିବା ସଂକ୍ରମଣ ଛାନିଆ କଲାଣି । ଆଗକୁ ବି ପୁଣି ରାଜ୍ୟରେ ଦୈନିକ ସଂକ୍ରମଣ ବଢ଼ିବ ବୋଲି ଅନୁମାନ କରାଯାଉଛି । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୩୦୦ ଶହ ପାର୍ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୬ କରୋନା ପଜିଟିଭ୍ ଚିହ୍ନଟ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୨ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୪୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୩୦ ଜଣ ସଂକ୍ରମିତ ରହିଛନ୍ତି ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୦୫୩୮ଜଣ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
Covid-19 Report For 2nd July
— I & PR Department, Odisha (@IPR_Odisha) July 3, 2022
New Positive Cases: 346
Of which 0-18 years: 49
In quarantine: 202
Local contacts: 144
(Details of local contacts will be shared by concerned District)
1. Balasore: 7
2. Bhadrak: 4
3. Cuttack: 51
4. Dhenkanal: 1
5. Ganjam: 1
6. Jagatsinghpur: 7
୧୮ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୧୮୯ ଜଣ, କଟକରୁ ୫୧ ଜଣ, ସୁନ୍ଦରଗଡ଼ରୁ ୧୩ ଜଣ,ବାଲେଶ୍ବର, ଜଗତସିଂହପୁର ଓ ନୂଆପଡ଼ାରୁ ୭ ଜଣ ଲେଖାଁଏ, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରୁ ୫ ଜଣ ଲେଖାଁଏ, ଭଦ୍ରକ,ଯାଜପୁର ଓ ପୁରୀ ଜିଲ୍ଲାରୁ ୪ ଜଣ ଲେଖାଁଏ, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଁଏ, ଢ଼େଙ୍କାନାଳ, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍ରୁ ୪୧ ଜଣ ଆକ୍ରାନ୍ତ ରହିଛନ୍ତି।
New recoveries: 71
— I & PR Department, Odisha (@IPR_Odisha) July 3, 2022
Cumulative tested: 32124006
Positive: 1290538
Recovered: 1280049
Active cases: 1310
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୯୦୫୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୩୧୦ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୮୦୦୪୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୨୧୨୪୦୦୬ ସାମ୍ପୁଲ ଟେଷ୍ଟ୍ ହୋଇଛି ।