ପ୍ରମୂଖ ଖବର
  • ମେଗା ନିଯୁକ୍ତି ମେଳା: ଆଜି ୯୬୪ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ଷୋଡ଼ଶ ଜନଗଣନାର ପ୍ରସ୍ତୁତି ସମୀକ୍ଷା କଲେ ଶାହ, ଆଜି ଆସିବ ଜନଗଣନା ଗେଜେଟ ବିଜ୍ଞପ୍ତି
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

୩୨କିଲୋ ଗଞ୍ଜେଇ ଜବତ, ୨ ଗିରଫ

Published By : Gurupada Nath | June 15, 2025 8:27 PM

ଅନୁଗୁଳ, ୧୫/୬ : ଅନୁଗୁଳ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ଟ୍ରେନରେ ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଛି ଅବକାରୀ ବିଭାଗ। ରବିବାର ସକାଳେ ଅବକାରୀ ବିଭାଗ ଓ ଆରପିଏଫ୍ ମିଳିତ ଚଢଉ କରି ଅନୁଗୁଳ ଷ୍ଟେସନରୁ ୩୨କିଲୋ ଗଞ୍ଜେଇ ଜବତ କରିଛି । 

ଏଥିସହ ଚୋରା କାରବାରରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଦ୍ବୟ ହେଲେ ଝାଡଖଣ୍ଡର ମନୀଷ କୁମାର (୨୭) ଓ ବିରେନ୍ଦ୍ର କୁମାର (୩୩) | ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଚଢଉରେ ଅବକାରୀ ଏସଆଇ ଗାୟତ୍ରୀ ମାଝି, ଆରପିଏଫ୍ ଏସଆଇ ମନନ ପାଣ୍ଡେଙ୍କ ସହ ଷ୍ଟାଫ୍ ସାମିଲ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.