‘କାଳିଆ’ ପାଇଁ ୩୨୩୪ କୋଟି ଅଧିକ ବ୍ଯୟ ବରାଦ କଲେ ରାଜ୍ୟ ସରକାର

source:www.indiatoday.in
ଭୁବନେଶ୍ୱର ୭/୬: କାଳିଆ ଯୋଜନା ପାଇଁ ୩୨୩୪କୋଟି ଅଧିକ ବ୍ୟୟ ବରାଦ କଲେ ରାଜ୍ୟ ସରକାର । ଖୁବ ଶୀଘ୍ର ଆଉ ୨୫ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ମିଳିବ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ନିର୍ବାଚନ ଆଗରୁ ୪୨ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣ ସମାରୋହ ପରେ ୮ଲକ୍ଷ ୪୦ହଜାର ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯାଇଛି । ଏବେ କାଳିଆ ଯୋଜନାରେ ୩୨ ଲକ୍ଷରୁ ଅଧିକ ଭାଗ ଚାଷୀ ଓ ଭୁମିହୀନ ଚାଷୀଙ୍କୁ ଲାଭ ମିଳିବ । ଏହା ସହ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପୃକତ ହୋଇପାରିବେ । ତେବେ ମୋଟ ୭୫ ଲକ୍ଷ ଚାଷୀ ଉପକୃତ ହେବେ ।
ଗତ ଜୁନ୍ ୪ ତାରିଖରେ କାଳିଆ ଯୋଜନାରେ ଅତିରିକ୍ତ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ମଞ୍ଜୁରି ପ୍ରଦାନ ନେଇ କୃଷି ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିଲା । ବିଜ୍ଞପ୍ତିରେ ଦର୍ଶାଯାଇଥିଲା ଯେ ୨୦୧୮-୧୯ରେ ୪୨.୬୬ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ(ଭାଗଚାଷୀ), ଭୂମିହୀନ ଚାଷୀ ପରିବାରଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ୨୦୧୯-୨୦ରେ ସେହି ତାଲିକାରେ ଅତିରିକ୍ତ ୨.୫ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ(ଭାଗଚାଷୀ ସହିତ ୫ ଲକ୍ଷ ଭୂମିହୀନ ଚାଷୀ ପରିବାରଙ୍କୁ ଯୋଡ଼ା ଯାଇଥିଲା ।