ଟ୍ରକ ସହ ୩୬୦ କେଜି ଗଞ୍ଜେଇ ଓ ୧ ଲକ୍ଷ ୬୦ ହଜାର ଟଙ୍କା ଜବତ,୫ ଗିରଫ

ମାଲକାନଗିରି ,୨୪।୫ଉତ୍ତର ପ୍ରେଦେଶକୁ ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଟ୍ରକ ସହିତ୩୬୦ କେଜି ଗଞ୍ଜେଇ ଓ ୧ଲକ୍ଷ୬୦ହଜାର ଟଙ୍କା ଜବତ ହେବା ସହିତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମାଲକାନଗିରି ଆଦର୍ଶ ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଚୋରା ଗଞ୍ଜେଇ ଚାଲାଣ ଓ ଅଭିଯୁକ୍ତ ଙ୍କ ଗିରଫ ସମ୍ପର୍କରେ ଏସଡିପିଓ ସଚିନ ପଟେଲ ସୂଚନା ଦେଇଛନ୍ତି।
ମଙ୍ଗଳବାର ମାଲକାନଗିରି ଥାନା ଆଇ ଆଇସି ରିଙ୍ଗନ କିଣ୍ଡୋ ଙ୍କ ପ୍ରତ୍ୟକ୍ଷ ତ୍ୱତାଵଧାନ ରେ ସବ ଇନସିପେକ୍ଟର ପ୍ରସାନ୍ତ କୁମାର ସାବତ ଙ୍କ ନେତୃତ୍ୱ ରେ ଅନ୍ୟପୁଲିସ କର୍ମଚାରୀଙ୍କ ସହ ଟିଟିବିରୀ ଚକ୍ ନିକଟରେ ପାଟ୍ରୋଲିଂ ଡ୍ୟୁଟି କରୁଥିବାବେଳେ ସେହି ରାସ୍ତା ଦେଇ ଏକ ଟ୍ରକ ଦ୍ରୁତଗତି ରେ ପଳାଉଥିବାର ଦେଖିଥିଲେ। ଟ୍ରକ ପିଛା କରି ପୁଲିସ ଟ୍ରକ ଟିକୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ଜରି ବସ୍ତାରେ ଗଞ୍ଜେଇ ଥିବାର ଦେଖି ୫ ଜଣଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ଥାନାରେ ଗଞ୍ଜେଇ ଗୁଡିକୁ ଓଜନ କରିବାରୁ ୩୬୦ କେଜି ଗଞ୍ଜେଇ ଥିଲା।

ଅଭିଯୁକ୍ତଙ୍କ ନିକଟରୁ ନଗଦ ୧ଲକ୍ଷ ୬୦ହଜାର ଟଙ୍କା,୪ଟି ମୋବାଇଲ ଫୋନ,ଟିଭିଏସ ଆପଚି ମଟର ସାଇକେଲ ପୁଲିସ ଜବତ କରିଛି। ଅଭିଯୁକ୍ତ ମାନେ ଏହି ଗଞ୍ଜେଇ ଗୁଡିକୁ ଚିତ୍ରକୋଣ୍ଡା ଅଞ୍ଚଳରୁ କ୍ରୟ କରି ଉତ୍ତର ପ୍ରଦେଶ ଆଗ୍ରାସହରକୁ ଚାଲାଣ କରୁଥିଲେ। ଏ ସମ୍ପର୍କ ରେ ମାଲକାନଗିରି ଥାନାରେ ମାମଲା ରୁଜୁ କରାଯାଇ ଉତ୍ତର ପ୍ରଦେଶ ଆଗ୍ରାର ଭିକି ସିଂ (୩୬), ମୁକେଶ କୁମାର (୩୨) ଓ ମାଲକାନଗିରି ଥାନା ସ୍ଥ ତାଣ୍ଡାପାଲି ଗ୍ରାମର ଦୁଲା ମାଡକାମି (୨୫),ଅର୍କେଲଗୁଡା ଗ୍ରାମର ଇନ୍ଦ୍ରଜିତ ମାଡ଼ି(୨୫), ମାଡ଼ି ଗୁଡା ଗ୍ରାମର ମାରା ମାଡି (୨୫)ଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଏହି ଗଞ୍ଜେଇ ଚୋରା ଚାଲାଣ ରେ ଆଉ କିଏ ସମ୍ପୃକ୍ତ ଅଛିକି ନାହିଁ ସେ ସମ୍ପର୍କରେ ପୁଲିସ ଅଧିକ ତଦନ୍ତ ଚଳାଇଛି ବୋଲି ଏସଡିପିଓ ଶ୍ରୀ ପଟେଲ ସୂଚନା ଦେଇଛନ୍ତି।