PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଆଜିଠୁ ୩୬ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା, ପ୍ରଧାନମନ୍ତ୍ରୀ କରିବେ ଉଦ୍‌ଘାଟନ : ଓଡ଼ିଶାର ୨୧୬ ଜଣିଆ ଦଳ ସାମିଲ

ଅହମ୍ମଦାବାଦ,୨୯/୦୯: ଆଜିଠ ଗୁଜରାଟରେ ଆରମ୍ଭ ହେବ ୩୬ତମ ଜାତୀୟ କ୍ରୀଡ଼ା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ାର ଶୁଭ ଉଦ୍‌ଘାଟନ କରିବେ । ଉଭୟ ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବ ନରେନ୍ଦ୍ର ମୋଦି ଷ୍ଟାଡିୟମରେ(ଅହମ୍ମଦାବାଦ) ଆୟୋଜିତ ହେବ ।

ଅହମ୍ମଦାବାଦ, ଗାନ୍ଧୀନଗର, ସୁରଟ, ଭଦୋଦୋରା, ରାଜକୋଟ ଓ ଭବନଗରରେ ବିଭିନ୍ନ ପ୍ରତିଯୋଗିତା ଖେଳାଯିବ । ଏଥିସହିତ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ସାଇକ୍ଲିଂ ଭେଲୋଡ୍ରୋମରେ କେବଳ ଟ୍ରାକ୍‌ ସାଇକ୍ଲିଂ ଇଭେଣ୍ଟ ଆୟୋଜନ କରାଯିବ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ମୋଟ୍‌ ୩୭ଟି ଦଳରୁ ୭୦୦୦ କ୍ରୀଡ଼ାବିତ ଏହି କ୍ରୀଡ଼ା ମହାକୁମ୍ଭରେ ଅଂଶ ଗ୍ରହଣ କରିବେ । ମୋଟ୍‌ ୩୬ଟି ଇଭେଣ୍ଟ ରହିଛି । କ୍ରୀଡ଼ା ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୧୦ ତାରିଖରେ ଉଦ୍‌ଯାପିତ ହେବ । କିଛି ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହୋଇଛି ।

ଓଡ଼ିଶାର ୨୧୬ ଜଣିଆ ଦଳ

ଜାତୀୟ କ୍ରୀଡ଼ାରେ ଓଡ଼ିଶାରୁ ୨୧୬ ଜଣ କ୍ରୀଡ଼ାବିତ୍‌ ଭାଗ ନେଇଛନ୍ତି । ଏଥିସହିତ ୫୯ ଜଣ ଅଫିସିଆଲ ଓ କୋଚ୍‌ ଦଳ ସହ ଅହମ୍ମଦାବାଦ ଯାତ୍ରା କରିଛନ୍ତି । ଓଡ଼ିଶା ମୋଟ୍‌ ୨୩ଟି କ୍ରୀଡ଼ାରେ ଭାଗ ନେବ ।

ସମ୍ବନ୍ଧିତ ଖବର