ନୂଆଦିଲ୍ଲୀ – ବର୍ଡର ଏରିଆ ଡେଭଲପମେଣ୍ଟ ପ୍ରୋଗ୍ରାମ୍ ଅନୁସାରେ ୩୯ହଜାରରୁ ଅଧିକ ପ୍ରକଳ୍ପକୁ ସ୍ୱୀକୃତ କରାଯାଇଛି। ଏଗୁଡ଼ିକୁ ଆର୍ଥିକ ବର୍ଷ ୨୦୦୪-୦୫ରୁ ଅନୁମୋଦନ ଦିଆ ଯାଇଛି। ଏହି ଯୋଜନାଗୁଡ଼ିକ ସୀମାବର୍ତ୍ତୀ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ , ଯେଉଁଥିରେ ଉତ୍ତର ପ୍ରଦେଶ , ରାଜସ୍ଥାନ ଓ ଜମ୍ମୁ - କାଶ୍ମୀରରେ ଚାଲିଛି ଏବଂ ଅନ୍ତିମ ପର୍ଯ୍ୟାୟରେ ଅଛି। ଏହି ବିଷୟରେ ମଙ୍ଗଳବାର ଦିନ ଲୋକସଭାରେ ସୂଚନା ଦିଆଯାଇଛି।

ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକ ଲିଖିତ ଉତ୍ତରରେ କହିଛନ୍ତି , ଏହି ସବୁ ପ୍ରକଳ୍ପରେ ରାସ୍ତା , ଏଫଏସବି , ପୋଲ ଓ ନାଳ ଆଦି ନିର୍ମାଣ ହେବ , ଡାକ୍ତର , ପାରାମେଡିକ୍ସ ଓ ଅନ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଇଁ ଆବାସୀୟ କ୍ୱାର୍ଟର , ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଅତିରିକ୍ତ କୋଠରୀ , ଅତିରିକ୍ତ ଶ୍ରେଣୀ , ଅଙ୍ଗନବାଡ଼ି କେନ୍ଦ୍ର , ଛାତ୍ରାବାସ , ସ୍କୁଲ ଗୁଡ଼ିକରେ ଡାର୍ମିଟରୀ ଓ ଜୀବିକା ପ୍ରୋଜେକ୍ଟ ଆଦି ଅନ୍ତର୍ଭୁକ୍ତ।

ମନ୍ତ୍ରୀ କହିଛନ୍ତି ସୀମା କ୍ଷେତ୍ରର ବିକାଶ କାର୍ଯ୍ୟକ୍ରମ (ବିଏଡିପି) ସେହି ଗାଁ କିମ୍ୱା ସହରରେ ଲାଗୁ କରାଯାଏ ,ଯିଏ ଅନ୍ତର୍ଜାତୀୟ ସୀମାର ପ୍ରଥମ ବସତି ଠାରୁ ୦-୧୦ କିମିର ଏରିଆଲ ଡିଷ୍ଟାନ୍ସ ମଧ୍ୟରେ ଥିବେ। ଏହା ୧୬ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରୀୟ କ୍ଷେତ୍ରରେ ଲାଗୁ ହୋଇଛି। ରାୟ ଆହୁରି କହିଛନ୍ତି ଯେ, ବର୍ତ୍ତମାନରେ , ବିଏଡିପି ନିଜର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଏହି ଅଞ୍ଚଳରେ ରହୁଥିବା ଲୋକଙ୍କ ବିଶେଷ ଆବଶ୍ୟକତା ଓ ସୁବିଧା ପାଇଁ କାମ କରିବା। ଏହାସହ ସ୍ୱାସ୍ଥ୍ୟ , ଶିକ୍ଷା , ରାସ୍ତା , କୃଷି , ଖେଳ ପାନୀୟଜଳ ଓ ସ୍ୱଚ୍ଛତା , ସାମାଜିକ କ୍ଷେତ୍ର , ଲଘୁ ଉଦ୍ୟୋଗ ଆଦି ସହ ସମ୍ୱନ୍ଧିତ ଜରୁରି ଭିତ୍ତିଭୂମି ଦେବା।