ଅଫୁଟା ବାଣରେ ନିଆଁ ଲଗାଉଥିବା ବେଳେ ହେଲା ବିସ୍ପୋରଣ , ୪ ନାବାଳକ ଗୁରୁତର

ଜଗତସିଂହପୁର,୨୨।୫ ଜଗତସିଂହପୁର ତିର୍ତ୍ତୋଲ ଥାନା ଅଧୀନ କନକପୁର ଗାଁରେ ଅଫୁଟା ବାଣରେ ନିଆଁ ଲଗାଉ ଥିବା ବେଳେ ବିସ୍ପୋରଣ ଘଟି ୪ ନାବାଳକ ଗୁରୁତର ହୋଇଛନ୍ତି। ଗୁରୁତର ମାନେ ହେଲେ କନକପୁର ଗାଁର ନାରାୟଣ ନାୟକଙ୍କ ପୁଅ ବଳରାମ ନାୟକ, କୃଷ୍ଣ ଚନ୍ଦ୍ର ମହାରଣାଙ୍କ ପୁଅ ଚୁଲ ବୁଲ ମହାରଣା, ବିଷ୍ଣୁ ଚରଣ ମହାରଣାଙ୍କ ଦୁଇ ପୁଅ କାହ୍ନଆ ମହାରଣା ଓ ସାହିଲ ମହାରଣା ।୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ସମସ୍ତ ଗୁରୁତର ମାନଙ୍କୁ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଚନ୍ଦନ ଯାତ୍ରାରେ ବ୍ୟବହୃତ ଅଫୁଟା ବାଣକୁ ସଂଗ୍ରହ କରି ୪ ଜଣ ନାବାଳକ ସେଥିରୁ ବାରୁଦ ବାହାର କରି ନିଆଁ ଲଗାଉ ଥିବା ବେଳେ ବିସ୍ପୋରଣ ଘଟିଥିଲା।