PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରଚଣ୍ଡ ଶବ୍ଦରେ ଥରିଲା ୪ ଜିଲ୍ଲା, ଲୋକେ ଆତଙ୍କିତ

ଭୁବନେଶ୍ୱର ୧୩/୦୩: ପ୍ରଚଣ୍ଡ ଶବ୍ଦରେ ଥରିଲା ରାଜ୍ୟର ୪ ଜିଲ୍ଲା। ବାଲେଶ୍ବର, ସୁନ୍ଦରଗଡ଼,ଭଦ୍ରକ ଓ କେନ୍ଦୁଝର ଜିଲ୍ଲା ବିଭିନ୍ନ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି। ଆକାଶରେ ପ୍ରଚଣ୍ଡ ଶବ୍ଦ ଯୋଗୁଁ ଲୋକେ ଭୟଭୀତ ହୋଇ ଘର ବାହାରକୁ ଦୌଡି ପଳାଇ ଆସିଥିବା ସୂଚନା ମିଳିଛି। ହେଲେ ଏବେ ଯାଏଁ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ। ଏହି ଶବ୍ଦ ମିସାଇଲ ପରୀକ୍ଷଣର ନା ଅନ୍ୟ କିଛି ଅସ୍ପଷ୍ଟ ରହିଛି।

ସୂଚନା ମୁତାବକ, ଆଜି ଦିନ ପ୍ରାୟ ୧୧ ଟା ସମୟରେ ବଣାଇଁ ଅଞ୍ଚଳରେ ହଠାତ ଏକ ଶବ୍ଦ ଶୁଣା ଯାଇଥିଲା। ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଏଭଳି ଶବ୍ଦ ଆଗରୁ କିଛି ଅଞ୍ଚଳରେ ଶୁଣାଯାଇଥିଲେ ମଧ୍ୟ ବଣାଇଁ ଅଂଚଳ ରେ ଏହା ପ୍ରଥମ ଥର ଶୁଣିବାକୁ ମିଳିଛି।. ଶବ୍ଦ ର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାବେଳେ ଲୋକ ମାନେ ଏବେବି ଆତଙ୍କିତ ଅବସ୍ଥାରେ ଅଛନ୍ତି।