ପାଟଣା,୨୪/୦୮: ସାହାରପଡା ବ୍ଲକ କୁମୁଳାବାହାଳି ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଉକ୍ତ ରାସ୍ତାରେ ଗାଡି ମୋଟର ଚଳାଚଳ ବନ୍ଦ ରହିଛି । ସାହାରପଡା ବ୍ଲକ ଦାମାହୁଦା ଠାରୁ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଜରୁରୀକାଳୀନ ସେବା ମଧ୍ୟ ଅବଶ୍ୟକ ସମୟରେ ପହଞ୍ଚି ପାରୁନାହିଁ ।
ପାଟଣା ବ୍ଲକ୍ ନୂଆପଡା ସୀତା ନଦୀ ପୋଲ ଉପରେ ମଧ୍ୟ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଯାହା ଫଳରେ ଢେଙ୍କିକୋଟ ଠାରୁ ଭୀମକୁଣ୍ଡକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।