ଟାଙ୍ଗି: ବନ୍ଧୁକ ମୁନରେ ୮୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଟାଙ୍ଗି ୨୮/୩: ଗନ୍ ପଏଣ୍ଟରେ ୮୦ ହଜାର ଟଙ୍କା ଲୁଟ୍ । ବନ୍ଧୁକ ଦେଖାଇ କେରଣ୍ଡାଟାଙ୍ଗୀ ସୋସାଇଟି ସଂପାଦକଙ୍କଠାରୁ ୮୦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ନୟାଗଡ ଜିଲ୍ଲାର ରଣପୁର ବ୍ଲକ କେରଣ୍ଡାଟାଂଗୀ ସୋସାଇଟି ଅଫିସରୁ ହୋଇଛି ଏହି ଲୁଟ୍ ।

ଗୁରୁବାର ସକାଳେ ସୋସାଇଟି ଅଫିସ ଭିତରକୁ ଅଚାନକ ପଶିଆସିଥିଲେ ୪ ଲୁଟେରା । ୨ଟି ବାଇକରେ ଆସିଥିଲେ ଏହି ଦୁର୍ବୃତ୍ତ । ଆକ୍ରମଣ କରିବା ସହିତ ୮୦ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ ଲୁଟେରା । ଅଫିସରୁ ୩ଟି ମୋବାଇଲ ମଧ୍ଯ ନେଇଯାଇଥିଲେ । ତେବେ ଘଟଣାସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।