PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଗୋଆ ମନ୍ତ୍ରିମଣ୍ଡଳରେ ଅଦଳବଦଳ: ୪ ପୁରୁଣା ମନ୍ତ୍ରୀ ବିଦା, ୪ ନୂଆ ସାମିଲ

ପାନାଜୀ,୧୩ ।୭(ଏଜେନ୍ସି): ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଜି ତାଙ୍କ କ୍ୟାବିନେଟ ଅଦଳ ବଦଳ କରିଛନ୍ତି । ସେଥିରେ ୪ ଜଣ ପୁରୁଣା ମନ୍ତ୍ରୀଙ୍କୁ ବିଦା କରିବା ସହ ୪ ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରିଛନ୍ତି । ନୂଆ ମନ୍ତ୍ରୀମାନଙ୍କୁ ଆଜି ଅପରାହ୍ନରେ ରାଜଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ମୃଦୁଳା ସିହ୍ନା ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।

ନୂଆ ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ଚନ୍ଦ୍ରକାନ୍ତ କାଭଲେକର, ଜେନିଫର ମନ୍‌ଜରେଟ, ଫିଲିପ ନେରି ରୋଡ୍ରିଗସ ଏବଂ ମାଇକେଲ ଲୋବୋ । ଏମାନଙ୍କ ମଧ୍ୟରୁ କାଭଲେକର, ମନ୍‌ଜରେଟ ଓ ରୋଡ୍ରିଗସଙ୍କ ସମେତ ୧୦ ବିଧାୟକ କଂଗ୍ରେସ ଛାଡି ନିକଟରେ ବିଜେପିରେ ସାମିଲ ହୋଇଥିଲେ । ବିଜେପି ସଦସ୍ୟ ଲୋବୋ ଉପବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ସେହିଭଳି ବିଦା ହୋଇଥିବା ୪ ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ବିଜୟ ସରଦେଶାଇ, ରାଜସ୍ୱ ମନ୍ତ୍ରୀ ରୋହନ ଖାଉଣ୍ଟେ, ଗ୍ରାମୀଣ ବିକାଶ ମନ୍ତ୍ରୀ ବିନୋଦ ପାଲେନକର ଓ ବନ୍ଦର ମନ୍ତ୍ରୀ ଜୟେସ ସାଲଗାଓଁକର । ସେମାନଙ୍କ ମଧ୍ୟରେ ସରଦେଶାଇ, ପାଲେନକର ଓ ସାଲଗାଓଁକର ବିଜେପିର ମେଣ୍ଟ ସହଯୋଗୀ ଗୋଆ ଫରୱାର୍ଡ ପାର୍ଟି (ଜିଏଫପି) ବିଧାୟକ ହୋଇଥିଲା ବେଳେ ଖାଉଣ୍ଟେ ସ୍ୱାଧୀନ ସଦସ୍ୟ ଭାବେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ ।

ପରେ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି । ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ସେମାନଙ୍କୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ମାତ୍ର ସେମାନେ ଇସ୍ତଫା ନଦେବାରୁ ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି । ୨୦୧୭ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ନ ମିଳିବାରୁ ଜିଏଫପି ସହାୟତାରେ ବିଜେପି ସରକାର ଗଢ଼ିଥିଲା । ମାତ୍ର ନିକଟରେ କଂଗ୍ରେସର ୧୦ ବିଧାୟକ ଦଳ ଛାଡି ବିଜେପିରେ ମିଶିବା ପରେ ସରକାରଙ୍କ ପାଖରେ ୨୭ ବିଧାୟକଙ୍କ ସମର୍ଥନ ରହିଥିଲା । ତେଣୁ ସରକାର ଆଉ ଜିଏଫପିର ସମର୍ଥନ ଦରକାର କରିନଥିଲେ ।