ଟିକଟକ୍ ଉପରେ ଲାଗିଲା ୪୦ କୋଟିର ଜୋରିମାନା, ଏହି ୟୁଜର୍ସଙ୍କ ଭିଡିଓ ହେବ ଡିଲିଟ୍

source:en.prnasia.com
ନୁଆଦିଲ୍ଲୀ ୭/୩: ଚୀନର ଭିଡିଓ ଷ୍ଟ୍ରିମିଂ ଆପ୍ ଟିକଟକ୍ ଉପରେ ଆମେରିକାର ଫେଡେରାଲ ଟ୍ରେଡ୍ କମିଶନ୍(FTC) ବୁଧବାର ୫.୭ ମିଲିୟନ ଅର୍ଥାତ୍ ୪୦.୩୯ କୋଟି ଟଙ୍କାର ଜୋରିମାନା ଲଗାଇଛି । ଟିକଟକ୍ ଉପରେ ବିରୁଦ୍ଧରେ ଅଭିଯୋଗ ଥିଲା ଯେ ସେ ୧୩ ବର୍ଷରୁ କମ୍ ବୟସର ପିଲାଙ୍କୁ ବେଆଇନ୍ ଭାବେ ତାଙ୍କ ନାଁ, ଇମେଲ୍ ଆଡ୍ରେସ୍, ଫଟୋ ଓ ଲୋକେଶନର ସୂଚନା ହାସଲ କରିଛି ।
ଆମେରିକା ଦ୍ୱାରା ଏହା ଉପରେ ଲଗାଯାଇଥିବା ଜୋରିମାନା ମ୍ଯୁଜିକାଲୀକୁ ମଧ୍ଯ ରିଲେଟ୍ କରିବ କାରଣ ୨୦୧୭ରେ ପ୍ରସ୍ତୁତ ହୋଇଥିବା ମ୍ଯୁଜିକାଲି, ୨୦୧୮ରେ ନିର୍ମାଣ ହୋଇଥିବା ଏହି ଟିକଟକ୍ ସହିତ ପାର୍ଟନରସିପ୍ କରିଥିଲା । ଫେଡରାଲ ଟ୍ରେଡ୍ କମିଶନ୍ ସୂଚନା ଦେଇଛି ଯେ ଟିକଟକ୍ ସେହି ସବୁ ପିଲାଙ୍କ ଭିଡିଓ ଡିଲେଟ୍ କରିବ ଯେଉଁମାନଙ୍କ ବୟସ ୧୩ ବର୍ଷରୁ କମ୍ ।
ଭାରତରେ ଏବେ ଭିଡିଓ ସେୟାରିଂ ଓ ଲାଇଭ୍ ଷ୍ଟ୍ରିମିଂ ଆପ୍ସର ୟୁଜର୍ସଙ୍କ ସଂଖ୍ଯା ବଢିବାରେ ଲାଗିଛି । ତେବେ ଗୁଗୁଲର ଏହି ନିୟମ ରହିଛି ଯେ ଆପ୍ସକୁ ୧୩ ବର୍ଷରୁ କମ୍ ବୟସର ୟୁଜର୍ସ ବ୍ୟବହାର କରିପାରିବେନି ।
ଅଧିକ ପଢନ୍ତୁ ଗ୍ରାହକଙ୍କ ପାଇଁ ଅଫର ଆଣିଲା ଆମାଜନ: ଏହି ୫ଟି ପ୍ରଶ୍ନର ଉତ୍ତର ଦେଇ ଜିତିପାରିବେ ୫୦ ହଜାର ଟଙ୍କା