ମହାରାଜଗଞ୍ଜ, ୨୮/୦୫ : ଇନଷ୍ଟାଗ୍ରାମ ରିଲ୍ସରେ ପରସ୍ପରକୁ ଲାଇକ୍ କରୁ କରୁ ହୋଇଗଲା ପ୍ରେମ। ୧୪ ବର୍ଷୀୟ ନାବାଳକଙ୍କୁ ମନ ଦେଇ ବସିଲେ ଚାରି ପିଲାଙ୍କ ୪୦ ବର୍ଷୀୟା ମା। ନିଜ ପୁଅଠୁ ପାଞ୍ଚ ବର୍ଷ ସାନ ନାବାଳକଙ୍କ ପ୍ରେମରେ ହେଉଥିଲେ ଉବୁଟୁବୁ। ଶେଷରେ ଥାନାରେ ଯାଇ ପହଞ୍ଚିଲା ମାମଲା। ଏଭଳି ଅଜବ ପ୍ରେମ କାହାଣୀ ଶୁଣି ପୁଲିସ ବି ବୋକା। ମହିଳାଙ୍କ ଗୋଟିଏ ଜିଦ୍ ଆମର ବାହାଘର ହୋଇଛି, ହେଲେ ସେ ମୋତେ ରଖିବାକୁ ଚାହୁଁନି। ଯେମିତି ହେଲେ... ସେ ମୋତେ ଦରକାର। ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ଏହି ଆଣ୍ଟି ପ୍ରେମ କାହାଣୀ ଏବେ ଥାନାରେ ଆଣ୍ଠେଇଛି। 

ଅଭିଯୋଗ ଅନୁଯାୟୀ, ଗୋରଖପୁରର ଜଣେ ମହିଳା ଇନଷ୍ଟାଗ୍ରାମରେ ରିଲ୍ସ କରୁଥିଲେ। ତାଙ୍କ ରିଲ୍ସକୁ ଜଣେ ୧୪ ବର୍ଷୀୟ ନାବାଳକ ଲାଇକ୍ କରୁଥିଲେ। ଧୀରେ ଧୀରେ ଦୁହେଁ ଚାଟିଂ କରିବା ଆରମ୍ଭ କରିଦେଲେ। ପରସ୍ପର ମଧ୍ୟରେ ପ୍ରେମ ସମ୍ପର୍କ ବି ଗଢି ଉଠିଲା। ସୋସିଆଲ ମିଡିଆରୁ ଗଢି ଉଠିଥିବା ଏହି ସମ୍ପର୍କ ମଜଭୁତ ହେବାରେ ଲାଗିଲା। ଦୁହିଁଙ୍କ ମନରେ ଦୁହିଁଙ୍କୁ ନେଇ ଭାବପ୍ରବଣତା ବଢିଲା। ମହିଳା ଜଣଙ୍କ ଦାବି କରୁଛନ୍ତି ଯେ, ଦୁହେଁ ବାହା ହୋଇ ସାରିଛନ୍ତି। ହେଲେ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ। ତେବେ ଏହି ପ୍ରେମ କାହାଣୀ ସବୁଠୁ ବଡ଼ ଟ୍ଵିଷ୍ଟ ହେଲା, ମହିଳା ଜଣଙ୍କ ୪୦ ବର୍ଷୀୟା ହୋଇଥିବା ବେଳେ ନାବାଳକଙ୍କୁ ୧୪ ବର୍ଷ। ମହିଳାଙ୍କର ୪ ଜଣ ଛୁଆ ମଧ୍ୟ ଅଛନ୍ତି। ତାଙ୍କ ବଡ଼ ପୁଅଠୁ ନାବାଳକ ପ୍ରେମିକ ୫ ବର୍ଷ ସାନ। 

ଆହୁରି ପଢନ୍ତୁ-  ଗରମରୁ ରକ୍ଷା ପାଇଁ ଗଜବ ଉପାୟ, ସ୍କୁଟିରେ ଲାଗିଛି ଦେଶୀ ଏସି

ତେବେ ନାବାଳକ ଜଣଙ୍କ ତାଙ୍କ ପରିବାର ସହ ଚେନ୍ନାଇରେ ରହୁଛନ୍ତି। ପ୍ରେମର ବାସ୍ତବତା ବୁଝିବା ପରେ ସେ ମହିଳାଙ୍କ ଠାରୁ ଦୂରତା ରକ୍ଷା କରୁଥିଲେ। ଏଥିରେ ଉତ୍ତେଜିତ ହୋଇ ମହିଳା ଜଣଙ୍କ ନୌତନୱା ଥାନାର ଦ୍ଵାରସ୍ଥ ହୋଇଛନ୍ତି। ନାବାଳକଙ୍କ ନାମରେ ଅଭିଯୋଗ କରିଛନ୍ତି। ପୁଲିସ ଏବେ ଉଭୟ ପକ୍ଷଙ୍କୁ ବୁଝାସୁଝା କରିଛି। ଆଗକୁ ଉଭୟ ପରସ୍ପର ସହ ସମ୍ପର୍କ ରଖିବେନି ବୋଲି ରାଜି ହୋଇଛନ୍ତି। ଏହି ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଲୋକ ଏହି ଘଟଣାକୁ ସୋସିଆଲ ମିଡିଆରେ ଟ୍ରୋଲ୍ କରୁଛନ୍ତି। 

ସୋସିଆଲ ମିଡିଆ ଯୁଗରେ ଏଭଳି ବହୁତ ଭାଇରାଲ୍ ପ୍ରେମ କାହାଣୀ ନଜରକୁ ଆସୁଛ। ଲୋକମାନେ ନୀତି ନୈତିକତା ଭୁଲି ଯାଉଛନ୍ତି। ଏହାଦ୍ଵାରା ଉଭୟ ପରିବାର ଏବଂ ସମାଜ ଉପରେ କୁପ୍ରଭାବ ପଡୁଛି। ତେଣୁ ୟୁଜରମାନେ ଏଥିପ୍ରତି ସତର୍କ ରହିବା ଉଚିତ୍। ବିଶେଷକରି ନାବାଳକ-ନାବାଳିକା ହୋଇଥିଲେ ଏଥିପ୍ରତି ଅଧିକ ସଚେତନତା ଜରୁରୀ।