ନୂଆଦିଲ୍ଲୀ, ୨୮/୦୫ : ଭୀଷଣ ଗରମ ଗୁଳୁଗୁଳିରେ ଦେଶୀ ଯୁଗାଡ଼। ସ୍କୁଟିରେ ଲାଗିଛି ଚଳନ୍ତା ଏସି। ସୋଆଲ୍ ମିଡିଆରେ ଭାଇରାଲ୍ ହେଉଛି ସ୍କୁଟର। ଦାମ୍ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ। ଏହି ଏସି ସ୍କୁଟି ତିଆରି କରିବାକୁ ଖର୍ଚ୍ଚ ହୋଇଛି ମାତ୍ର ୧୫୦୦ ରୁ ୧୬୦୦ ଟଙ୍କା। foodiehindustani24 ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ସ୍କୁଟିର ଭିଡିଓ ପୋଷ୍ଟ କରାଯାଇଛି। ୟୁଜରମାନେ ଏହାକୁ ପସନ୍ଦ କରୁଛନ୍ତି।

ଭିଡିଓରେ ଜଣେ ଯୁବକ ଏକ ସ୍କୁଟି ଉପରେ ବସି ଡେମୋ ଦେଖାଉଛନ୍ତି। ଏହି ସ୍କୁଟିରେ ଏକ ପାଣି ବୋତଲ ଫିଟିଂ କରାଯାଇଛି। ଏଥିରେ ଏକ ଛୋଟ ମୋଟର ଲାଗିଛି। ପାଇପ୍ ଏବଂ ନୋଜଲ ଲଗାଯାଇଛି। ସ୍କୁଟି ଚାଲିବା ମାତ୍ରେ ମୋଟର ପାଣିକୁ ନୋଜଲ ଯାଏଁ ପହଞ୍ଚାଉଛି। ଏହାପରେ ଏଥିରୁ ପାଣିର ଫୁଆର ଆସୁଛି। ପବନ ହେବା ମାତ୍ରେ ଏହି ପାଣି ଥଣ୍ଡା ଅନୁଭବ ଦେଉଛି। ଯାହାଦ୍ଵାରା ଚାଳକଙ୍କୁ ତାତିରୁ ସାମାନ୍ୟ ଆଶ୍ଵସ୍ତି ମିଳୁଛି।

ଚାଳକଙ୍କ ଅନୁଯାୟୀ, ଏହି ଦେଶୀ ଏସି ତିଆରି କରିବାକୁ ୧୫୦୦ ରୁ ୧୬୦୦ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ଲାଗିଥିବା ମୁଖ୍ୟ ଜିନିଷ ହେଉଛି ପାଣି ବୋତଲ, ଛୋଟ ଇଲେକ୍ଟ୍ରିକ୍ ମୋଟର, ନୋଜଲ ଏବଂ ବେସିକ୍ ୱାୟାରିଂ। ଲୋକମାନେ ଏହାକୁ ପାରମ୍ପରିକ ଏସି କୁଲରର ସଶ୍ତା ଏବଂ ପୋର୍ଟେବୁଲ ବିକଳ୍ପ କହୁଛନ୍ତି। କମେଣ୍ଟ ସେକ୍ସନରେ ୟୁଜରମାନେ ଉକ୍ତ ଯୁବକଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ଜଣେ ଲେଖିଛନ୍ତି ଭାରତୀୟ ଯୁଗାଡ଼ର କୌଣସି ବରାବରି ନାହିଁ। ଆଉ ଜଣେ ଲେଖିଛନ୍ତି ଏହାକୁ ଦେଖିଲେ ଆମେରିକା ଲୋକ କିଛି କହିପାରିବେନି। ତେବେ ଏହାର ସାଇଡ୍ ଇଫେକ୍ଟ ବି ରହିଛି। ଗାଡି ଚଲାଇବା ବେଳେ ପାଣି ଫୁଆର ଆଖିରେ ପଡିପାରେ। ଏହାଦ୍ଵାରା ଦୁର୍ଘଟଣାର ସମ୍ଭାବନା ରହିଛି।

ଆହୁରି ପଢନ୍ତୁକଡ଼ ଲେଉଟାଉଛି ପାଗ, ନୌତପା ତାତିରୁ ମିଳିବ ଆଶ୍ଵସ୍ତି, ଥଣ୍ଡା କରିଦେବ ଝଡ଼ବର୍ଷା

ମହାରାଷ୍ଟ୍ରର ମାଲେଗାଓଁରେ, ମହମ୍ମଦ ଇକବାଲ ନାମକ ଜଣେ ଯୁବକ ମଧ୍ୟ ବାଇକରେ ଏକ "ଦେଶୀ ଏସି" ତିଆରି କରିଛନ୍ତି।

ବିଶେଷଜ୍ଞଙ୍କ ମତରେ, ଏହି ସେଟଅପ୍ "ଇଭାପୋରେଟିଭ୍ କୁଲିଂ" ନୀତିରେ କାମ କରେ। ଯେତେବେଳେ ହାଲୁକା ପାଣି ବୁନ୍ଦା ବାୟୁ ସଂସ୍ପର୍ଶରେ ଆସେ, ସେତେବେଳେ ତାପ କମ୍ ଅନୁଭୂତ ହୁଏ। ଏହି ପଦ୍ଧତିକୁ ଶୁଷ୍କ ଏବଂ ଗରମ ଅଞ୍ଚଳରେ ଅଧିକ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ତଥାପି, ବିଶେଷଜ୍ଞମାନେ କୁହନ୍ତି ଯେ ଉଚ୍ଚ ଆର୍ଦ୍ରତା ଥିବା ଅଞ୍ଚଳରେ ଏହାର ପ୍ରଭାବଶାଳୀତା କମ୍ ହୋଇପାରେ। ଏହା ସହିତ ବାରମ୍ବାର ପାଣି ରିଫିଲ୍ ଆବଶ୍ୟକ ହୋଇଥାଏ। ଅନୁପଯୁକ୍ତ ତାର କିମ୍ବା ପାଣି ସ୍କୁଟରର ବୈଦ୍ୟୁତିକ ଉପାଦାନଗୁଡ଼ିକୁ ମଧ୍ୟ କ୍ଷତି ପହଞ୍ଚାଇପାରେ।