ମୁମ୍ବାଇ,୮/୭ : ନିର୍ଦ୍ଦେଶକ ନିତେଶ ତିଓ୍ବାରୀଙ୍କ ମୋଷ୍ଟ ଆଓ୍ବେଟେଡ୍ ଫିଲ୍ମ ‘ରାମାୟଣ’ର ଟ୍ରେଲର ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବାରେ ଅଛି । ଏବେ ରାମାୟଣର ଟ୍ରେଲରର ରିଲିଜ ଡେଟ୍ ଉପରୁ ପରଦା ଉଠିଛି । ଆସନ୍ତୁ ଜାଣିବା କେବେ ରିଲିଜ ହେବ । ଏଥିଲାଗି ନୂଆଦିଲ୍ଲୀ ଭାରତ ମଣ୍ଡପମରେ ଏକ ଭବ୍ୟ ଲଞ୍ଚ ଇଭେଣ୍ଟ ଆୟୋଜିତ କରାଯିବ । ଏହି ଫିଲ୍ମ ମହର୍ଷି ବାଲ୍ମିକୀଙ୍କ ଅମର ମହାକାବ୍ୟ ରାମାୟଣ ଉପରେ ଆଧାରିତ ଅଟେ ଏବଂ ଏହାକୁ ଦୁଇ ଭାଗରେ ନିର୍ମାଣ କରାଯାଉଛି ।
ରିପୋର୍ଟ ଅନୁସାରେ କୁହାଯାଉଛି କି, ନିତେଶ ତିଓ୍ବାରୀଙ୍କ ନିର୍ଦ୍ଦେଶନାରେ ନିର୍ମାଣ ମାଇଥୋଲୋଜିକାଲ ଫିଲ୍ମର ଟ୍ରେଲର ଲଞ୍ଚର ରିଲିଜ ଡେଟକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଧିରେ ଧିରେ ବଢିବାରେ ଲାଗିଛି । ଏଥିରେ ନିତେଶ ତିଓ୍ବାରୀ ଏବଂ ନମିତ ମହ୍ଲୋତ୍ରା ବି ଯୋଗଦେବେ । ଏହାସହ ଫିଲ୍ମର କାଷ୍ଟ ବି ଦେଖାଯାଇପାରନ୍ତି । ଫିଲ୍ମର ଷ୍ଟାରକାଷ୍ଟର କେତେକ କଳାକାର ବି ଟ୍ରେଲର ଳଞ୍ଚର ଭାଗିଦାରୀ ହେବେ । ନିତେଶ ତିଓ୍ବାରୀ ଆରମ୍ଭରୁ ଏହି ପ୍ରୟାସରେ ଲାଗିଛନ୍ତି କି ‘ରାମାୟଣ : ପାର୍ଟ ୧ ’ର କୌଣସି ବି ଝଲକରୁ ଦର୍ଶକ ନିରାଶ ନ ହୁଅନ୍ତୁ । ଏହି କାରଣରୁ ସେ ଏବଂ ପ୍ରଯୋଜକ ନମିତ ମହ୍ଲୋତ୍ରା ମିଶି ମାଇଥୋଲୋଜିକାଲ ଫିଲ୍ମର ଗ୍ରାଣ୍ଡ ଟ୍ରେଲର ଲଞ୍ଚ କରିବାକୁ ଯୋଜନା କରୁଛନ୍ତି । ସୂଚନା ମୁତାବକ ମେକର୍ସ ଦିଲ୍ଲୀର ପ୍ରଗତି ମୈଦାନର ଭାରତ ମଣ୍ଡପମ ଏଗ୍ଜିବିଶନରେ ‘ରାମାୟଣ : ପାର୍ଟ ୧’ର ଟ୍ରେଲର ରିଲିଜ କରିବାରେ ଅଛନ୍ତି ।
ନିତେଶ ତିଓ୍ବାରୀ ରାମାୟଣକୁ ଦୁଇ ପାର୍ଟରେ ରିଲିଜ କରିବାକୁ ଅଛନ୍ତି । ଯାହାର ପ୍ରଥମ ପାର୍ଟ ଦିଓ୍ବାଲୀ ୨୦୨୬ରେ ରିଲିଜ ହେବ । ୪୦୦୦କୋଟିର ବଜେଟରେ ନିର୍ମିତ ମାଇଥୋଲୋଜିକାଲ ଫିଲ୍ମର ଟିଜର ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ପ୍ରକାଶ ଯେ, ‘ରାମାୟଣ’ ଭାରତୀୟ ସିନେମା ସବୁଠାରୁ ବଡ଼ ଫିଲ୍ମରୁ ଗୋଟିଏ ବୋଲି ଧରାଯାଏ । ବଡ଼ ବଜେଟ ଶାନଦାର୍ ଭିଜୁଆଲ୍ସ ଏବଂ ଦମଦାର୍ ଷ୍ଟାରକାଷ୍ଟ କାରଣରୁ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁ ଉତ୍ସାହ ରହିଛି । ଏଭଳି ସ୍ଥଳେ ଟ୍ରେଲର ଲଞ୍ଚ ଇଭେଣ୍ଟ ଉପରେ ବି ସମସ୍ତଙ୍କ ନଜର ରହିଛି ।