ଭୁବନେଶ୍ୱର ୦୭/୦୭: ମାଆଙ୍କ ସ୍ମୃତିକୁ ସମ୍ମାନ ଜଣାଇବା ଏବଂ ପରିବେଶ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ "ମାଆ ପାଇଁ ଗଛଟିଏ" (ଏକ୍ ପେଡ୍ ମା' କେ ନାମ୍) ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ଏହି ମହତ୍ କାର୍ଯ୍ୟରେ ପ୍ରତ୍ୟେକ ନାଗରିକ ନିଜ ମାଆଙ୍କ ନାମରେ ଅତିକମ୍ରେ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ କୁହାଯାଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏକ୍ ପେଡ୍ ମା' କେ ନାମ୍ ଅଭିଯାନରେ ସବୁଜ ବଳୟ ସୃଷ୍ଟି କରିବାକୁ ନିରନ୍ତର ପ୍ରକ୍ରିୟା ଜାରି ରଖିଛି । ସମସ୍ତଙ୍କୁ ଏଥିରେ ଯୋଡ଼ା ଯାଇ ବୃକ୍ଷ ରୋପଣ କାର୍ଯ୍ୟ କରାଯାଉଛି। ସେଥିପାଇଁ ଓଡିଶା ଭାରତ ବର୍ଷରେ ତୃତୀୟ ସ୍ଥାନ ଅଧିକାର କରିଛି। ଜଙ୍ଗଲ ଆୟତନରେ ମଧ୍ୟ ଓଡିଶା ସଫଳତା ପାଇଛି । ଗତ ଦୁଇ ବର୍ଷ ମଧ୍ୟରେ ୫୫୮ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି ହୋଇପାରିଛି।ନଦୀ ଅବବାହିକାରେ ଦେଢ଼ କିଲୋମିଟର ପ୍ରଶସ୍ତରେ ବୃକ୍ଷ ରୋପଣ କରାଯିବ । ଚଳିତ ବର୍ଷ ୯ ଲକ୍ଷ ରୁ ଅଧିକ ଅବବାହିକାରେ ରୋପଣ କରିବାକୁ ଲକ୍ଷ ରଖାଯାଇଛି।
ସେହିଭଳି ବାତ୍ୟାକୁ ରୋକିବାକୁ ମିଷ୍ଟି ଯୋଜନାକରାଯାଇଛି। କେନ୍ଦ୍ର ସରକାରଙ୍କ ମିଷ୍ଟି ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ନୂଆ ଜଙ୍ଗଲ ଏବଂ ହେନ୍ତାଳ ବଣ ସୃଷ୍ଟି କରାଯିବ। ଏହାଦ୍ୱାରା ବାତ୍ୟା କ୍ଷୟକ୍ଷତିକୁ ରୋକଯାଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।