PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

୪୧ କିଲୋ ଗଂଜେଇ ସହ କାର ଓ ୬ ବାଇକ ଜବତ

ଗୋଛାପଡା,୨୯/୧(ଆପ୍ର ) କନ୍ଧମାଳ ଜିଲ୍ଲାରେ ଗଂଜେଇ ମାଫିଆ ମାନଙ୍କ ଚରାଭୂଇଁ ପାଲଟିଥିବା ଫିରିଙ୍ଗିଆ ବ୍ଲକ ଅଞ୍ଚଳରେ ପୁଲିସକୁ ଏକ ବଡ ସଫଳତା ମିଳିଛି। ଫିରିଙ୍ଗିଆ ପୋଲିସ ଏକ ଗଞ୍ଜେଇ ଚୋରା ଚାଲାଣ ରାକେଟକୁ ଠାବ କରିବା ସହ ଏକ କାର ୬ ଟି ବିଭିନ୍ନ କମ୍ପାନୀ ବାଇକ, ଗୋଟିଏ ସ୍କୁଟି ଏବଂ ୪୧ କିଲୋ ଗଂଜେଇ  ଜବତ କରିବାରେ ସଫଳ ହୋଇଛି I 

ଗଂଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱରେ ଏକ ଟିମ ଫିରିଙ୍ଗିଆ ଥାନା ବନ୍ଧଗଡ଼ ପଂଚାୟତ ଅଧୀନରେ ଥିବା ବାଲକିଡାଡି ଗାଁର ଏକ ଘରେ ଚଢ଼ାଉ କରିଥିଲେ I ଚଢ଼ାଉ ସମୟରେ ସେହି ଘର ସାମନାରେ ଏକ କାରରେ କିଛି ଲୋକ ଗଂଜେଇ ଭର୍ତ୍ତି କରୁଥିବା ବେଳେ ପୋଲିସ ଆସୁଥିବା ଖବର ପାଇ କାରଟିକୁ ଛାଡି ଫେରାର ହୋଇ ଯାଇଥିଲେ। ପରେ କାରଟିକୁ ଯାଞ୍ଚ କରିବାରେ  ଡ଼ିକିରୁ ୪୧ କିଲୋ ଗଂଜେଇ ବାହାରି ଥିଲା I ପରେ ସେହି  ଘର ପଛପଟୁ ପୁଲିସ ୬ ଟି ବାଇକ, ଗୋଟିଏ ସ୍କୁଟି ଜବତ କରିଛି   I ଏହି ସବୁ ଗାଡି ଗଞ୍ଜେଇ ଚାଲାଣରେ ବ୍ୟବହୃତ ହେଉଥିବା ଅନୁମାନ କରିଛି ପୁଲିସ।  ସଂପୃକ୍ତ ଘରଟି ବାଲକିଡାଡି ଗାର ଶାସମଲ ଦିଗାଲଙ୍କର ବୋଲି ଜଣା ପଡିଥିବା ବେଳେ ସେ  ଜଣେ ପେସାଦାର ଗଂଜେଇ ମାଫିଆ ବୋଲି ପୁଲିସ କହିଛି। ସେ ଦୀର୍ଘ ଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ଏକ ବଡ଼ ଗଂଜେଇ ରାକେଟ ଚଳାଇ ଆସୁଥିବା ଓ ଜବତ ବାଇକ ମାନଙ୍କୁ ସେ ଏହି ଗଂଜେଇ କାରବାର ରେ ବ୍ୟବହାର କରୁଥିବା ପୋଲିସର ପ୍ରାଥମିକ ତଦନ୍ତ ରୁ ଜଣାପଡିଛି I ଅନ୍ୟପଟେ ଜବତ ଗାଡି ମାନଙ୍କ ମଧ୍ୟରେ ଉତ୍ତର ପ୍ରଦେଶ ରାଜ୍ୟର ନମ୍ବର ଥିବା ଏକ ଗାଡି ରହି ଥିବାରୁ ଏହି ରାକେଟରେ ବାହାର ରାଜ୍ୟର ମଧ୍ୟ୍ୟ କିଛି ମାଫିଆଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି I ଅନ୍ୟପଟେ ପୋଲିସ ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୨୦/୨୩ ରେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଗଂଜେଇ ମାଫିଆ  ଓ ତାର ସହଯୋଗୀ କାର ଡ୍ରାଇଭରକୁ ଖୋଜୁଥିବା ବେଳେ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ନାହାକ ସୂଚନା ଦେଇଛନ୍ତି I