ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ପିକଅପ୍‌ ଗାଡ଼ି ସହ ୪୧୬ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଏବଂ ଗଞ୍ଜେଇ ମାଫିଆ ଫେରାର

Published By : Harapriya Sethi | February 17, 2025 11:28 AM

ଭୁବନେଶ୍ୱର, ୧୭/୦୨: ବଡକୁଡିଙ୍ଗ୍ ଛକ ନିକଟରେ ଏକ ପିକଅପ୍‌ ଗାଡ଼ିରୁ ୧୮ ଟି ଜରିବସ୍ତାରେ ଭର୍ତ୍ତି ଗଂଞ୍ଜେଇକୁ ଜବତ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ଓଜନ ୪୧୬ କେଜି ହେବ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ଗାଡ଼ିର ଡ୍ରାଇଭର ଏବଂ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଛନ୍ତି । ରାୟଗଡା ଜିଲ୍ଲା ଗୁଡାରି ଥାନା ବଡକୁଡିଙ୍ଗ୍ ଛକ ନିକଟରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମତାବକ, ଏକ ପିକଅପ୍‌ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ଖବର ପାଇ ଉକ୍ତ ଗାଡିର ପିଛା କରିଥିଲା ପୋଲିସ । ଏହା ଦେଖି ଗାଡି ଚାଳକ ଏବଂ ଗଞ୍ଜେଇ ମାଫିଆ ବଡକୁଡିଙ୍ଗି ଛକ ନିକଟରେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା । ଏହି ଗାଡିରେ ଗଂଞ୍ଜେଇ ଭର୍ତ୍ତି ହୋଇ ଗୁଡାରିରୁ ଗୁମୁଡା ଅଭିମୁଖେ ଚାଲାଣ ହେଉଥିଲା । ଏହାପରେ ବାହାର ରାଜ୍ୟକୁ ଚାଲାଣ ହେବାର ଯୋଜନା ହୋଇଥାଇ ପାରେ ବୋଲି ଗୁଡାରି ପୋଲିସ ସନ୍ଦେହ କରୁଛି । ପୋଲିସ ଗାଡିକୁ ଜବତ କରିବା ସହ ସେଥିରେ ଥିବା ୧୮ ବସ୍ତା ଗଞ୍ଜେଇକୁ ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇର ଓଜନ ୪୧୬ କେଜି ରହିଥିବା ଜଣାପଡିଛି । ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏହି ଗଞ୍ଜେଇର ଓଜନ କରାଯାଇଛି। ଏହି ଗଞ୍ଜେଇ ଚୋରା ଚାଲାଣର ଅଧିକା ତଦନ୍ତ ପୋଲିସ ଜାରି ରଖିଛି । ଏଥିରେ କିଙ୍ଗ୍ ପିନ୍ କିଏ, ଗାଡି ମାଲିକ କିଏ ଏବଂ ଚୋରାଚାଲାଣ ପଛରେ କେଉଁ ମାନେ ସଂମ୍ପୃକ୍ତି ରହିଛି ତାହାର ତଦନ୍ତ ଚଳାଇଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.