ନୂଆଦିଲ୍ଲୀ: ରାତିରେ ଠିକସେ ନିଦ ହେଉନି କି ? ଯେତେ ଚାହିଁଲେ ମଧ୍ୟ ନିଦ ଲାଗୁନି କି ? ତାହେଲେ ଆପଣଙ୍କୁ ଛାଡ଼ିବାକୁ ପଡ଼ିବ ଅନେକ ଗୁଡ଼ିଏ ଖରାପ ଅଭ୍ୟାସ । ଏହିସବୁ ଖରାପ ଅଭ୍ୟାସ ପାଇଁ ରାତିରେ ନିଦ ହେଉନଥିବାବେଳେ ସକାଳୁ ଉଠିବା ପରେ ହୁଏ ପ୍ରବଳ ମୁଣ୍ଡବିନ୍ଧା । କାରଣ ଅନେକ ଲୋକ କୁହନ୍ତି କି, ମୁଁ ଯେତେ ଚେଷ୍ଟା କଲେ କିମ୍ବା ଆଖି ବନ୍ଦ କଲେ ମଧ୍ୟ ଜମା ନିଦ ଲାଗୁନି । ସକାଳୁ ଯେତେ ଅଧିକ ସମୟ ଶୋଇଲେ ମଧ୍ୟ ମୁଣ୍ଡ ପ୍ରବଳ ବିନ୍ଧା ହେଉଛି । ତେବେ ଜାଣି ରଖନ୍ତୁ ଏହା ପଛର ଖରାପ ଅଭ୍ୟାସ ।

ବିଳମ୍ବରେ ଖାଦ୍ୟ ଗ୍ରହଣ

ରାତିରେ ୭ଟା ୮ ମଧ୍ୟରେ ଖାଦ୍ୟ ଗ୍ରହଣ କରିବା ଉଚିତ ସମୟ । ଜୀବନଶୈଳୀ ଏବଂ କାର୍ଯ୍ୟ ବ୍ୟସ୍ତତା ପାଇଁ ବିଳମ୍ବରେ ଖାଦ୍ୟ ଗ୍ରହଣ କରିଥାନ୍ତି ଅନେକ ଲୋକ । ବିଳମ୍ବରେ ଖାଦ୍ୟ ଗ୍ରହଣ ଦ୍ବାରା ହଜମ ହୋଇନଥାଏ । ପେଟ ଭାରି ଲାଗିଥାଏ, ଏହାଦ୍ବାରା ନିଦ ମଧ୍ୟ ଠିକରେ ହୁଏ ନାହିଁ ।

ଚା’ କଫି ଅଭ୍ୟାସ

ଅନେକ ଲୋକ ରାତିରେ ଶୋଇବା ପୂର୍ବରୁ ଚା’ କଫି ପିଇଥାନ୍ତି । ଏହା ସେମାନଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଏ । ଯାହାକି ରାତିରେ ନିଦ ଲାଗିବାରେ କଷ୍ଟସାଧ୍ୟ ହୋଇଥାଏ । ଚା ଏବଂ କଫିରେ ଥିବା କ୍ୟାଫିନ୍ ଆପଣଙ୍କ ମସ୍ତିଷ୍କକୁ ସକ୍ରିୟ କରିଥାଏ, ଯାହା ନିଦକୁ ବିଳମ୍ବ କରିପାରେ କିମ୍ବା ଗଭୀର ନିଦକୁ ରୋକିପାରେ । ଏହା ଏସିଡିଟି ମଧ୍ୟ ସୃଷ୍ଟି କରିପାରେ, ଯାହା ନିଦରେ ମଧ୍ୟ ବାଧା ସୃଷ୍ଟି କରିପାରେ ବୋଲି କୁହାଯାଏ ।

ଅନ୍ଧାରରେ ଫୋନ୍ ଦେଖିବା

ଆଜିକାଲି ଅଧିକାଂଶ ଲୋକ ରାତିରେ ମୋବାଇଲ୍ ଫୋନ୍ରେ ସ୍କ୍ରୋଲ୍ କରିବା କିମ୍ବା କମ୍ପ୍ୟୁଟର ସ୍କ୍ରିନ୍ରେ କାମ କରିବା ସମୟରେ ଶୋଇପଡ଼ନ୍ତି। ସ୍କ୍ରିନ୍ରୁ ନିର୍ଗତ ଆଲୋକ ଆପଣଙ୍କ ନିଦକୁ ବାଧା ଦେଇଥାଏ। ଏହା ଆପଣଙ୍କ ନିଦ ଶୈଳୀକୁ ବାଧା ଦେଇପାରେ, ଯାହା ଫଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଦ ହୁଏନାହିଁ ।

ଶୋଇବା ସମୟ ସ୍ଥିର କରନ୍ତୁ

ପ୍ରତିଦିନ ଅଲଗା ଅଲଗା ସମୟରେ ଶୋଇବା ଅଭ୍ୟାସ ଖରାପ ହୋଇଥାଏ । ଭିନ୍ନ ଭିନ୍ନ ସମୟରେ ଶୋଇବା ଫଳରେ ପରଦିନ ଆଖିକୁ ନିଦ ଆସିନଥାଏ ଏବଂ ମୁଣ୍ଡ ବିନ୍ଧା ହୋଇଥାଏ ।

ପ୍ରଚୁର ପାଣି ପିଇବା ଖରାପ

ଅନେକ ଶୋଇବା ପୂର୍ବରୁ ରାତିରେ ପ୍ରଚୁର ପାଣି ପିଇଥାନ୍ତି । ଯାହାଦ୍ବାରା ଆପଣଙ୍କୁ ବାରମ୍ବାର ପରିଶ୍ରା ଲାଗିଥାଏ । ଯାହାଦ୍ବାରା ନିଦରେ ବାଧା ସୃଷ୍ଟି କରିଥାଏ ।