ନୂଆଦିଲ୍ଲୀ, ୧୯/୦୬ : ଫ୍ରାନ୍ସର ଐତିହାସିକ ଭର୍ସେଲ୍ସ ପ୍ୟାଲେସ୍। ଏବେ ପୁଣି ଚର୍ଚ୍ଚାରେ।ଏଇଠୁ ଦିନେ ଭୟଙ୍କର ରକ୍ତପାତର ହୋଇଥିଲା ସୂତ୍ରପାତ। ୧୦୭ ବର୍ଷ ତଳେ ପଡିଥିଲା ଦ୍ଵିତୀୟ ବିଶ୍ଵଯୁଦ୍ଧର ଯୁଅ। ଅଶାନ୍ତିର ଅନ୍ଧକାରରେ ଥରହର ହୋଇ ଉଠିଥିଲା ସାରା ବିଶ୍ଵ। ଆଉ ଆଜି ଏହି ପ୍ୟାଲେସରୁ ସାରା ବିଶ୍ଵକୁ ଫେରିଛି ଶାନ୍ତି।ମଧ୍ୟପ୍ରାଚ୍ୟ ମହାଯୁଦ୍ଧରେ ପଡ଼ିଛି ଯବନିକା। ଭର୍ସେଲ୍ ପ୍ୟାଲେନ୍ସରେ ଆମେରିକା-ଇରାନ ମଧ୍ୟରେ ହୋଇଛି ପିସ୍ ଡିଲ୍। ଏହି ପ୍ୟାଲେସରେ ବସି ୧୪ ସୂତ୍ରୀ ଚୁକ୍ତିପତ୍ର ସ୍ଵାକ୍ଷର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
୧୯୧୮ରେ ପ୍ରଥମ ବିଶ୍ଵଯୁଦ୍ଧ ସରିବା ପରେ, ପ୍ୟାରିସ୍ ସ୍ଥିତଭର୍ସେଲ୍ ପ୍ୟାଲେସରେ ଜମିଥିଲା ବିଜୟର ସେଲିବ୍ରେସନ। ଏକାଠି ହୋଇଥିଲେ ବିଜୟୀ ଦେଶ। ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବୁଡରୋ ୱିଲସନ୍, ବ୍ରିଟେନ ପ୍ରଧାନମନ୍ତ୍ରୀ ଡେଭିଡ୍ ଲୟଡ ଜର୍ଜ, ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜର୍ଜ କ୍ଲେମେନ୍ସୋ ଏବଂ ଇଟାଲୀ ନେତା ଭିଟୋରିଓ ଆରଲ୍ୟାଣ୍ଡୋ। ଏହିପ୍ୟାଲେସରେ ବସି ଆଙ୍କୁଥିଲେ ଦୁନିଆର ନୂଆ ନକ୍ସା।ଯୁଦ୍ଧରେ ପରାଜୟ ବରଣ କରିଥିବା ଜର୍ମାନୀ ବି ଉପସ୍ଥିତ ଥିଲା। ୧୯୧୯ ଜୁନ ୨୮ରେ ଭର୍ସେଲ୍ସ ସନ୍ଧି ସ୍ଵାକ୍ଷରିତ ହେଲା। ଏହି ଚୁକ୍ତିରେ ୱାର ଗିଲ୍ଟ କ୍ଲଜ୍ ରେ ଜର୍ମାନୀ ଉପରେ ସବୁ ଭୁଲ୍ ଲଦି ଦିଆଗଲା। ଜର୍ମାନୀକୁ ବାଧ୍ୟବାଧ୍ୟକତାର ସହ ଅନେକ ସର୍ତ୍ତରେ ରାଜି କରାଗଲା।
ଭର୍ସେଲ୍ସ ଚୁକ୍ତି ଅନୁଯାୟୀ, ଜର୍ମାନୀକୁ ତାର ୧୦ ପ୍ରତିଶତ ଅଂଶ ଛାଡ଼ିବାକୁ ପଡ଼ିଲା। ଜର୍ମାନୀ ଠାରୁସମସ୍ତ ବିଦେଶୀ ଉପନିବେଶ ଛଡାଇ ନିଆଗଲା। ସେନା ଓ ନୌସେନାକୁ ସୀମିତ କରିଦିଆଗଲା। ବାୟୁସେନା ଉପରେ ରୋକ୍ ଲାଗିଲା। ରାଇନଲ୍ୟାଣ୍ଡରୁ ସୈନ୍ୟ ପ୍ରତ୍ୟାହାର କରିନିଆଗଲା।ଜର୍ମାନୀ ଉପରେ ମୋଟା ଅଙ୍କର ଯୁଦ୍ଧ କ୍ଷତିପୂରଣ ଲଦି ଦିଆଗଲା। ଯୁଦ୍ଧରେ ହାରିବା ପରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଜର୍ମାନୀ ଉପରେ ବେକାରୀ, ମୁଦ୍ରାସ୍ଫୀତି ଏବଂ ରାଜନୈତିକ ଅସ୍ଥିରତାର ଚାପ ପଡିଲା।ଦେଶବାସୀଙ୍କ ମନରେ ଭର୍ସେଲ୍ସ ସନ୍ଧିର ପ୍ରତିଶୋଧର ବହ୍ନି କୁହୁଳୁଥିଲା।
୧୯୨୦ ରୁ ୧୯୩୦ ଦଶକ ମଧ୍ୟରେ ଆଡଲଫ ହିଟଲର ଏବଂ ନାଜି ପାର୍ଟି ଜର୍ମାନୀବାସୀଙ୍କ ଏହି ପ୍ରତିଶୋଧର ଫାଇଦା ଉଠାଇଲା। ଭର୍ସେଲ୍ସ ସନ୍ଧି ଜର୍ମାନୀର ଅପମାନ ଏବଂ ଏହାକୁ ନିଶ୍ଚୟ ପରିବର୍ତ୍ତନ କରାଯିବ ବୋଲି ନାରା ଦିଆଗଲା। ୧୯୨୯ରେ ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଥିବାଜର୍ମାନୀରେ ନାଜି ପାର୍ଟିର ଲୋକପ୍ରିୟତା ବଢିଲା। ୧୯୩୩ରେ ହିଟଲର ଶାସନ ଆସିଲା। କ୍ଷମତାରେ ଆସିବା ପରେ ହିଟଲର ଭର୍ସେଲ୍ସ ସନ୍ଧିକୁ ଚ୍ୟାଲେଞ୍ଜ୍ ଦେବା ଆରମ୍ଭ କରିଦେଲେ । ୧୯୩୫ରେ ହିଟଲର ସୈନ୍ୟ ପ୍ରତିବନ୍ଧକକୁ ମାନିବାକୁ ମନା କରିଦେଲେ। ଏହାପରେ ମାର୍ଚ୍ଚ୧୯୩୬ରେ ରାଇନଲ୍ୟାଣ୍ଡରେ ଜର୍ମାନୀ ପୁଣି ସୈନ୍ୟ ମୁତୟନ କଲା। ପରେ ହିଟଲର ଅଷ୍ଟ୍ରିଆକୁ ନିଜ କବଜାକୁ ନେଇ ଆସିଲେ। ଏହାପରେ ଚିକୋସ୍ଲୋଭାକିଆର ବହୁ ଅଂଶରେ ହିଂସାକାଣ୍ଡ ବଢିଲା। ୧୯୩୯ରେ ହିଟଲର ପୋଲାଣ୍ଡ ଉପରେ ଆକ୍ରମଣ କଲା।ଏଇଠୁ ଦ୍ଵିତୀୟ ବିଶ୍ଵଯୁଦ୍ଧର ଶଙ୍ଖନାଦ ହେଲା।
ଐତିହାସିକଙ୍କ କହିବା କଥା ଭର୍ସେଲ୍ସର କଠୋର ସର୍ତ୍ତ ଶାନ୍ତି ବଦଳରେ ଦ୍ଵିତୀୟ ବିଶ୍ଵଯୁଦ୍ଧର ଯୁଅ ପକାଇଲା। ଜର୍ମାନୀକୁ ଦୁର୍ବଳ କରିବାକୁ ମହାଶକ୍ତିଙ୍କ ଚେଷ୍ଟା ଜର୍ମାନୀକୁ ଆହୁରି ସବଳ କରିଦେଲା। ଭର୍ସେଲ୍ସ ପ୍ୟାଲେସରୁ ବିଶ୍ଵରେ ପୁଣି ଏକ ମହାଯୁଦ୍ଧର ସୂତ୍ରପାତ ହେଲା। ଏହି କାରଣରୁ ଭର୍ସେଲ୍ସ ପ୍ୟାଲେସ ସର୍ବଦା ଚର୍ଚ୍ଚାରେ। ଆଜି ଯେଉଁଠୁ ଶାନ୍ତି ଫେରିଛି ଦିନେ ସେହିଠାରେ ହିଁ ବିନାଶକାରୀ ଯୁଦ୍ଧର ମୂଳଦୁଆ ପଡିଥିଲା।
ଆହୁରି ପଢନ୍ତୁ- ଯେଉଁଠି ଚାହିଁବେ ସେଇଠି ଶୌଚାଳୟ ବ୍ୟବହାର କରିବେ, ଆ... କହି ଡାକିଦେଲେ ପାଖକୁ ଚାଲିଆସିବ ଟଏଲେଟ୍