ଆନ୍ଧ୍ର ପ୍ରଦେଶ : ଆନ୍ଧ୍ର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ମନ୍ଦିରର ଦାନ ବାକ୍ସରୁ ମିଳିଥିବା ୨୦ ଟଙ୍କାର ନୋଟ୍ ସମସ୍ତଙ୍କ ମୁଣ୍ଡ ଘୁରାଇ ଦେଇଛି। ସାଧାରଣତଃ ଲୋକେ ମନ୍ଦିରକୁ ଯାଇ ଭଗବାନଙ୍କୁ ନିଜ ପାଇଁ ତଥା ନିଜର ସଂପର୍କୀୟଙ୍କ ପାଇଁ ଦୀର୍ଘ ଆୟୁଷ , ସୁଖ ସମୃଦ୍ଧିର ଜୀବନ କାମନା କରିଥାନ୍ତି କରିଥାନ୍ତି , କିନ୍ତୁ ଏହି ନୋଟ୍ରେ ଲେଖା ହୋଇଥିବା କଥାକୁ ପଢି ମନ୍ଦିର ପ୍ରଶାସନ ଓ ଶ୍ରଦ୍ଧାଳୁମାନଙ୍କ ହୋସ୍ ଉଡ଼ି ଯାଇଛି।
ଉକ୍ତ ୨୦ ଟଙ୍କିଆ ନୋଟରେ ଜଣେ ଅଜଣା ବ୍ୟକ୍ତି ଭଗବାନଙ୍କୁ ଏକ ମୃତ୍ୟୁର ଗୁହାରି କରୁଛନ୍ତି। ଏହି ନୋଟ୍ ଲେଖାଟି ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଜୋରରେ ଭାଇରାଲ ହେଉଛି , ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏମିତି ବି କିଏ ଭଗବାନଙ୍କୁ ପ୍ରାର୍ଥନା କରିପାରେ ବୋଲି ସମସ୍ତେ କହୁଛନ୍ତି।
ଉକ୍ତ ଘଟଣାଟି ଅନନ୍ତପୁର ଜିଲ୍ଲାର ପମ୍ପନୁରୁ ସ୍ଥିତ ସୁବ୍ରହମଣ୍ୟେଶ୍ୱର ସ୍ୱାମୀ ମନ୍ଦିରରେ ଘଟିଛି। ସୂଚନାନୁସାରେ , ଯେବେ ମନ୍ଦିରର ଅଧିକାରୀ ଓ କର୍ମଚାରୀ ଦାନବାକ୍ସକୁ ଆସୁଥିବା ଦାନକୁ ଗଣତି କରୁଥିଲେ, ସେତେବେଳେ ସେମାନଙ୍କୁ ଏହି ନିଆରା ଧରଣର ଲେଖା ୨୦ ଟଙ୍କିଆ ନୋଟଟି ମିଳି ଥିଲା। ଅନ୍ୟ ସବୁ ଦାନ ମଧ୍ୟରେ ୨୦ ଟଙ୍କାର ଏମିତି କରେନ୍ସି ନୋଟ୍ ଥିଲା , ଯେଉଁଥିରେ ପେନରେ ହାତ ଲେଖା ବାର୍ତ୍ତାଟିଏ ଲେଖା ହୋଇ ଥିଲା –ଦୟାକରି ସଠିକ୍ କରନ୍ତୁ ଯେ, ସେ ଶୀଘ୍ର ମରି ଯାଆନ୍ତୁ।
ଏହି ନୋଟ୍ ମନ୍ଦିରର କର୍ମଚାରୀ ଓ ସେଠାରେ ଥିବା ଭକ୍ତଙ୍କୁ ସ୍ତବ୍ଧ କରି ଦେଇଛି। ସାଧାରଣତଃ ମନ୍ଦିରରେ ଶ୍ରଦ୍ଧାଳୁ ଉତ୍ତମ ସ୍ୱାସ୍ଥ୍ୟ, ଚାକିରି , ବିବାହ, ସନ୍ତାନ ପ୍ରାପ୍ତି କିମ୍ୱା ଜୀବନରେ ସଫଳତା ଭଳି ସକାରାତ୍ମକ ପ୍ରାର୍ଥନା କରନ୍ତି ଏବଂ ତାକୁ କାଗଜରେ ଲେଖି ଦାନବାକ୍ସରେ ରଖିଥାନ୍ତି। କିନ୍ତୁ କାହାର ମୃତ୍ୟୁ କାମନା କରିବାର ଏହି ଅଜବ ମାନସିକ ସମସ୍ତଙ୍କୁ ଚକିତ କରି ଦେଇଛି।
କଥିତ ଭାବେ, ନୋଟ୍ ମିଳିବା ପରେ ଅଧିକାରୀ ଓ କର୍ମଚାରୀ ନିଜର କାମ ରୋକି ଏହି ବାର୍ତ୍ତାକୁ ପୁନର୍ବାର ପଢିଥିଲେ। କିଛି ଲୋକଙ୍କୁ ଏହି ନିଆରା ଓ ଅଜବ ମାନସିକକୁ ନେଇ ହସର ମାହୋଲ ସୃଷ୍ଟି ହୋଇଛି , କିଛି ଲୋକ ନୋଟର ଲେଖାକୁ ଜଳ ଜଳ ଦେଖାଯାଉ ଥିବା ପାରିବାରିବ ବିବାଦ ଓ ମାନସିକ ଅବସାଦକୁ ଦେଖି ବିଚଳିତ ହୋଇଛନ୍ତି।
ଆହୁରି ମଧ୍ୟ ପଢନ୍ତୁ : Ram Mandir 'fund theft' : ରାମ ମନ୍ଦିର ଦାନ ଅର୍ଥ ଚୋରି : ବିଳମ୍ୱିତ ରାତି ଯାଏ ଫାଇଲ ଯାଞ୍ଚ , ସିଏମଙ୍କୁ ରିପୋର୍ଟ ପ୍ରଦାନ କରିବ SIT