କଟକ-ଭୁବନେଶ୍ୱର ରାସ୍ତାରେ ୫ଟି ‘ବ୍ଲାକସ୍ପଟ୍’ ଚିହ୍ନଟ, ଗାଡିର ଗତି କମାଇବା ପାଇଁ ଲାଗିବ ରୋଡ୍ ବ୍ଯାରିଅର

ଭୁବନେଶ୍ୱର ୨୮/୫: କଟକ-ଭୁବନେଶ୍ୱର ଭିତର ଦେଇ ଯାଇଥିବା ଏନଏଚରେ ବ୍ଲାକସ୍ପଟ ଚିହ୍ନଟ ହୋଇଛି । ଏନଏଚର ୫ଟି ସ୍ଥାନକୁ ବ୍ଲାକସ୍ପଟ୍ ଭାବେ ଚିହ୍ନଟ କଲା ଟ୍ରାଫିକ୍ ପୋଲିସ । ଗତ କିଛି ଦିନ ଭିତରେ ଭୁବନେଶ୍ୱରରେ ଏକାଧିକ ଦୁର୍ଘଟଣା ହେବା ପରେ ବ୍ଲକସ୍ପଟ୍ ଚିହ୍ନଟ କରିବା ପାଇଁ ପୋଲିସ କମିଶନର ଟ୍ରାଫିକ୍ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ବ୍ଲକସ୍ପଟ୍ ଚିହ୍ନଟ କରାଯାଇଛି । ବ୍ଲକସ୍ପଟ ଚିହ୍ନଟ ହୋଇଥିବା ସ୍ଥାନ ଗୁଡିକ ହେଲା- ଭୁବନେଶ୍ୱରର ବାଟଭୁଆସୁଣୀ, ଆଇଗିଣିଆ, ପାହାଳ, ଆଚାର୍ଯ୍ଯବିହାର ଓଭର ବ୍ରିଜ୍, ସିର୍ଦ୍ଧାର୍ଥ ହୋଟେଲ୍ ସମ୍ମୁଖ ଏନଏଚ୍ । ଏହି ସ୍ଥାନ ମାନଙ୍କରେ ଅଧିକ ଦୁର୍ଘଟଣା ଘଟୁଥିବା ନଜର ଆସୁଛି ।
ବ୍ଲକସ୍ପଟ୍ ଚିହ୍ନଟ ହେବା ପରେ ଗାଡିର ଗତି କମାଇବା ପାଇଁ ରୋଡ୍ ବ୍ଯାରିଅର ଲାଗିବ । ତେବେ ରାତି ୯ଟା ପରେ କାଢି ଦିଆଯିବ ରୋଡ୍ ବ୍ଯାରିଅର । ଏନେଇ ଲୋକଙ୍କୁ ଅଧିକ ସଚେତନ କରାଯିବ ବୋଲି ପୋଲିସ କହିଛି । ତେବେ ଏକାଧିକ ବାର ଦୁର୍ଘଟଣା ଘଟିବା ପରେ ବ୍ଲାକସ୍ପଟ୍ ଚିହ୍ନଟ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ପୋଲିସ କମିଶନର ।