ମାଲକାନଗିରି/ଖଇରପୁଟ, ୪/୭ : ମାଲକାନଗିରି ଜିଲ୍ଲା ଖଇରପୁଟ ଅଞ୍ଚଳରେ ରାତି ହେଲେ ଗାଏବ ହେଉଛନ୍ତି ଛେଳି । ଅଜଣା ଜନ୍ତୁ ଆକ୍ରମଣରେ ଇତି ମଧ୍ୟରେ ୫ଟି ଛେଳିର ମୃତ୍ୟୁ ଘଟିଛି । କେହି କେହି ଏହା ହେଟାବାଘର କାମ ହୋଇଥାଇପାରେ ବୋଲି କହୁଥିବାବେଳେ ଅନ୍ୟ କିଏ ଏହା ଅଜଣା ଜନ୍ତୁର କାମ ବୋଲି କହୁଛନ୍ତି ।
ଅଧ ରାତିରେ ଗୋଟେ ପରେ ଗୋଟେ ଛେଳିକୁ ଟାଣି ନେଇ ଜଙ୍ଗଲକୁ ଚାଲିଯାଉଛି । ଏପରି ଘଟଣା ଘଟିଛି ଖଇରପୁଟ ବ୍ଲକସ୍ଥ କୁମାରପୁଟ ସାହିରେ । ସେହି ଗାଁର ସମାରୀ ଧାଙ୍ଗଡା ମାଝିଙ୍କ ଛେଳି ଖାଇ ଦେଇଛି ଏହି ଜନ୍ତୁ। ଗୁହାଳରେ ବନ୍ଧା ହୋଇଥିଲେ ୬ଟି ଛେଳି । ସେଥି ମଧ୍ୟରୁ ୫ଛେଳିକୁ ହେଟା ବାଘ ଖାଇଥିବା ନେଇ ଅଭିଯୋଗ କରିଛନ୍ତି ସମାରୀ। ଏ ସମ୍ପର୍କରେ ବନ ବିଭାଗକୁ ସୂଚନା ଦେବା ପରେ ବନ ବିଭାଗ ପକ୍ଷରୁ ଆଜି ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରାଯାଇଛି ।