ଭୁବନେଶ୍ୱର, ୪/୦୬ : ଚଳିତ ଗ୍ରୀଷ୍ମ ପ୍ରବାହରେ ହଠାତ୍‌ ବିଦ୍ୟୁତ ଚାହିଦା ବୃଦ୍ଧି ପାଇବାରୁ ଦୁର୍ବଳ ଭିତ୍ତିଭୂମିକୁ ନେଇ ରାଜ୍ୟରେ ବିଦ୍ୟୁତ୍‌ ବିଭ୍ରାଟ ଦେଖାଦେଇଛି। ବିଦ୍ୟୁତ୍‌ କାଟ୍‌କୁ ନେଇ ଲୋକେ କଲବଲ ହେଉଛନ୍ତି । ଦ୍ରୁତ ବିଦ୍ୟୁତ୍‌ ଚାହିଦା ପଛରେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର(ଏସି)ର ବହୁଳ ବ୍ୟବହାରକୁ କାରଣ ବୋଲି ଦର୍ଶାଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଏସିର ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଥିବା ବେଳେ ଶକ୍ତି ବିଭାଗ ଏହାକୁ କାରଣ ଭାବେ ଦର୍ଶାଇବା ପରେ ଏହାକୁ ନେଇ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି ।

ସାଧାରଣତଃ ଖରାଦିନେ ଏସି ବ୍ୟବହାର ଯୋଗୁଁ ଉପଭୋକ୍ତାଙ୍କର ମାସିକ ବିଦ୍ୟୁତ ବ୍ୟବହାର ବୃଦ୍ଧି ପାଇଥାଏ । ଚଳିତ ବର୍ଷ ଦେଶରେ ସର୍ବାଧିକ ବିଦ୍ୟୁତ ଚାହିଦା ମେ ୨୧ରେ ୨୭୦.୮୦ ଗିଗାୱାଟ(୨ ଲକ୍ଷ ୭୦ ହଜାର ୮୦୦ ମେଗାୱାଟ) ହୋଇଥିବା ବେଳେ ସେହିଦିନ ଆନ୍ଧ୍ରର ଚାହିଦା ୧୫୦୧୬ ମେଗାୱାଟରେ ପହଞ୍ଚି ଥିଲା । ଓଡ଼ିଶାର ସର୍ବାଧିକ ବିଦ୍ୟୁତ ଚାହିଦା ମେ ୨୨ରେ ୮୧୮୮ ମେଗାୱାଟ ରେକର୍ଡ ହୋଇଥିଲା । ଓଡ଼ିଶା ଏବଂ ଆନ୍ଧ୍ରର ଆୟତନ ଓ ଜନସଂଖ୍ୟା ପାଖାପାଖି ସମାନ । ପାୱାର ଫାଇନାନ୍‌ସ କର୍ପୋରେସନ ରିପୋର୍ଟ ୨୦୨୪-୨୫ ତଥ୍ୟ ଅନୁସାରେ ଓଡ଼ିଶାରେ ଘରୋଇ, ବାଣିଜ୍ୟ ଓ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର ମୁଣ୍ଡପିଛା ବିଦ୍ୟୁତ ବ୍ୟବହାର ଯଥାକ୍ରମେ ୧୭୮, ୭୫ ଓ ୬ ୟୁନିଟ୍‌ ରହିଥିବା ବେଳେ ଆନ୍ଧ୍ରର ମୁଣ୍ଡପିଛା ୩୨୮, ୧୦୪ ଓ ୨୫ ୟୁନିଟ୍‌ ରହିଛି । ସେହିପରି ଜାତୀୟ ହାର ମୁଣ୍ଡପିଛା ବିଦ୍ୟୁତ୍‌ ବ୍ୟବହାର ଯଥାକ୍ରମେ ୨୬୪, ୯୨ ଓ ୬୪ ୟୁନିଟ୍‌ ରହିଛି । ଘରୋଇ, ବାଣିଜ୍ୟ ଓ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର ସମୁଦାୟ ମୁଣ୍ଡପିଛା ବିଦ୍ୟୁତ ବ୍ୟବହାର ଦେଖିଲେ ଓଡ଼ିଶାର ୨୫୮ ୟୁନିଟ୍‌ ରହିଥିବା ବେଳେ ଆନ୍ଧ୍ରର ୪୫୭ ୟୁନିଟ୍‌ ଓ ଜାତୀୟ ହାର ୪୨୦ ୟୁନିଟ୍‌ ରହିଛି । ଏଥିରୁ ସ୍ପଷ୍ଟ ଅନୁମେୟ ଆନ୍ଧ୍ର ଓ ଜାତୀୟ ହାର ତୁଳନାରେ ଓଡ଼ିଶାର ମୁଣ୍ଡପିଛା ବିଦ୍ୟୁତ ବ୍ୟବହାର ପ୍ରାୟ ଅଧା ।

ଆହୁରି ପଢନ୍ତୁ'El Nino: ବିପର୍ଯ୍ୟୟ ଆଣିବ ‘ଏଲ୍‌ ନିନୋ’; ଜୁନରୁ ଅଗଷ୍ଟ ମଧ୍ୟରେ ହେବ ସୃଷ୍ଟି,ଭାରତକୁ ସୁରକ୍ଷା ଦେଇପାରିବ ଦୁଇଟି ପ୍ରଣାଳୀ

ଆନ୍ଧ୍ର ଓ ଜାତୀୟ ହାର ତୁଳନାରେ ଓଡ଼ିଶା ଉପଭୋକ୍ତା ପ୍ରାୟ ଅଧା ଏସି ବ୍ୟବହାର କରୁଛନ୍ତି । ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହନ୍ତି, କୌଣସି ରାଜ୍ୟରେ ଏସିର ବ୍ୟବହାର ବୃଦ୍ଧି ହେବା ଗୋଟିଏ ପ୍ରଗତିଶୀଳ ଅର୍ଥନୀତିକୁ ସୂଚିତ କରେ । ଏହାର ବ୍ୟବହାର ବୃଦ୍ଧି ନେଇ ଚିନ୍ତା ପ୍ରକଟ କରିବା ଅନୁଚିତ । ଆନ୍ଧ୍ର ସରକାର ସେମାନଙ୍କର ୧୫ ହଜାର ମେଗାୱାଟ ବିଦ୍ୟୁତ ଚାହିଦା ପୂରଣ କରିବାରେ ସକ୍ଷମ ହୋଇଥିବା ବେଳେ ଓଡ଼ିଶାରେ ମାତ୍ର ୮୦୦୦ ମେଗାୱାଟ ଚାହିଦାରେ ସ୍ଥିତି ସଙ୍ଗିନ ହୋଇପଡ଼ୁଛି । ଆବଶ୍ୟକତାକୁ ପୂରଣ କରିବା ଲାଗି ରାଜ୍ୟରେ ବିଦ୍ୟୁତ ବିଭ୍ରାଟ ଦେଖାଦେବା ବିଭାଗର ପରିଚାଳନା ଏବଂ ଭିତ୍ତିଭୂମିକୁ ନେଇଥିବା ଦୁର୍ବଳତାକୁ ପଦାରେ ପକାଇ ଦେଉଛି।

ଆସିବେ ମହାପ୍ରଭୁ, ଆଗେଇ ଚାଲିଛି ରଥକାମ, ଚଳ ଚଞ୍ଚଳ ରଥଖଳା