ପୁରୁଷୋତ୍ତମପୁର,୧୦।୫ : ରୋଷେଇ କରିବା ଲାଗି ଗ୍ୟାସ ଲଗାଇବା ଫାଟିଲା ସିଲିଣ୍ଡର। ବିସ୍ଫୋରଣ ଏତେ ଭୟଙ୍କର ହୋଇଥିଲା ଯେ ଘରର ଟିଣ ଉଡିଯାଇଥିଲା। ଏଥିସହ ସିଲିଣ୍ଡର ବିସ୍ପୋରଣ ହୋଇ ଲାଗିଲା ନିଆଁ। ଏଥିରେ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ଭୟଙ୍କର ବିସ୍ଫୋରଣ ଘଟିଛି।
ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମର କିର୍ତ୍ତନଙ୍କ ଘରେ ଥିବା ଗ୍ଯାସଟିକୁ ଲଗାଇବା ପାଇଁ ସେହି ଗ୍ରାମର ସମ୍ପର୍କିୟ ପ୍ରଶନଙ୍କୁ ଡାକିଥିଲେ । ସେ ଗ୍ଯାସ ଲଗାଇବା ବେଳେ ହଠାତ୍ ଫାଟିଯାଇ ଘରେ ନିଆଁ ଲାଗିଯାଇଥିଲା। ସିଲିଣ୍ଡର ବିସ୍ଫୋରଣରେ ୫ ଜଣ ଗୁରୁତର ହୋଇଥିଲେ । ଖବରପାଇ ପୁରୁଷୋତ୍ତମପୁର ଦମକଳବାହୀନି ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ। ସମସ୍ତ ଆହାତଙ୍କୁ ଚିକିତ୍ସା ଲାଗି ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତିକରାଯାଇଛି । ଏହି ବିସ୍ଫେରଣରେ ଘରର ଟିଣ ଉଡିଯାଇଥିବା ବେଳେ ଜିନିଷପତ୍ର ମଧ୍ୟ ପୋଡିଯାଇଛି ।
ଆହୁରି ପଢନ୍ତୁ : କାନୁପୁର ଡ୍ୟାମ୍ ନିର୍ମାଣ କାମ ବେଳେ ଅଘଟଣ : ବିଦ୍ୟୁତ୍ ଆଘାତରେ ୨ ଶ୍ରମିକଙ୍କ ମୃତ୍ୟୁ