ବଡବିଲ,୧୦।୫ :କେନ୍ଦୁଝର ଜିଲ୍ଲାର କାନୁପୁର ବୃହତ୍ ଜଳ ସେଚନ ପ୍ରକଳ୍ପର ଡ୍ୟାମ୍ ନିର୍ମାଣ କାର୍ଯ୍ୟ ବେଳେ ଅଘଟଣ । ୱେଲ୍ଡିଂ କାମ କରୁଥିବା ସମୟରେ ବିଦ୍ୟୁତ୍ ଆଘାତ ଲାଗି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଅଞ୍ଚଳର ଉତ୍ତମ ରାୟ ଓ ଆପୁ ରାୟ । ସେମାନେ ଏକ ଠିକା ସଂସ୍ଥା ମାଧ୍ୟମରେ ଡ୍ୟାମ୍ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ ।

ରବିବାର ପ୍ରକଳ୍ପ ଅଞ୍ଚଳରେ ଶ୍ରମିକ ଉତ୍ତମ ରାୟ ଓ ଆପୁ ରାୟ ୱେଲ୍ଡିଂ କାମ କରୁଥିଲେ। ହଠାତ୍ ଉଭୟଙ୍କୁ ବିଦ୍ୟୁତ୍ ଝଟକା ଲାଗିଥିଲା । ଫଳରେ ସେମାନେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ । ତୁରନ୍ତ ସେମାନଙ୍କୁ ପ୍ରଥମେ ବାସୁଦେବପୁର ମେଡିକାଲ ଓ ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଯୋଡ଼ା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢନ୍ତୁ : ଯୁବକଙ୍କୁ ଅପହରଣ ପରେ ହତ୍ୟା, ନଦୀପଠାରୁ ମିଳିଲା ମୃତଦେହ