PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ତ୍ରିକୋଣୀୟ ପ୍ରେମରୁ ଝଗଡ଼ା: ଛାତ୍ରଙ୍କୁ ରାସ୍ତାରେ ଆଣ୍ଠେଇବା ଘଟଣାରେ ୫ ଜଣଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ୱର,୨୫/୧୧: ନିଳାଦ୍ରିବିହାର ରାସ୍ତାରେ ଛାତ୍ରଙ୍କୁ ଆଣ୍ଠେଇବା ଘଟଣାରେ କମିଶନରେଟ୍‌ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ପୀଡି଼ତ ରାଜେଶ କୁମାର ନାୟକଙ୍କ ଅଭିଯୋଗକ୍ରମେ ଚନ୍ଦ୍ରଶେଖରପୁର ଥାନା ପୁଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ, କଟକ ଆଠଗଡ଼ ବାସୁଦେବପୁରର ଭିଥଲ ଓରଫ ପିବି ଐଶକାନ୍ତ, ବୁବୁ ଓରଫ ପ୍ରିୟବ୍ରତ ଗୋଛି, ବିଷ୍ଣୁ ପ୍ରସାଦ ସେଠୀ, ଆଦିତ୍ୟ ଦାସ ଓ ବଡମ୍ବା ନରସିଂହପୁରର ଦେବଦତ୍ତ ଜେନା ।

ପୁଲିସ କହିଛି, ଜଣେ ଛାତ୍ରଙ୍କୁ ଦୟନୀୟ ଭାବେ ଏଭଳି ଦଣ୍ଡ ଦେବା ପଛର କାରଣ ହେଉଛି ତ୍ରିକୋଣୀୟ ପ୍ରେମ । ଅଭିଯୋଗକାରୀ ଏବଂ ଅଭିଯୁକ୍ତମାନେ ସମସ୍ତେ ରାଜଧାନୀ ଇଞ୍ଜିନୟରିଂ କଲେଜର ଛାତ୍ର । ଭିଥଲ ନାମକ ଅଭିଯୁକ୍ତ ସେହି କଲେଜର ଜଣେ ଝିଅଙ୍କୁ ଭଲ ପାଉଥିଲେ । ଅଭିଯୋଗକାରୀ ରାଜେଶ ତାଙ୍କ ପ୍ରେମର ମଧ୍ୟସ୍ତି ସାଜିଥିଲେ । ନିଜ ବାନ୍ଧବୀଙ୍କ ମୋବାଇଲ ଫୋନରେ ରାଜେଶଙ୍କ କିଛି ମେସେଜକୁ ଦେଖି ଭିଥଲ୍‌ ରାଗି ଯାଇଥିଲେ । ଭିଥଲ୍‌ ଗତ ୨୧ ତାରିଖ ରାତିରେ ରାଜେଶକୁ ଫୋନ୍‌ କରି ଦୂରେଇ ଯିବାକୁ କହିଥିଲା । ତା’ ପରଦିନ ଏଟିଏମ୍‌ ଛକ ନିକଟରେ ରାଜେଶଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିଥିଲା । ଅନ୍ୟ ଅଭିଯୁକ୍ତଙ୍କ ସହ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ । ଏଥିରେ ଅଭିଯୋଗକାରୀ ଗୁରୁତର ଆହତ ହୋଇଥିଲେ ।

ସେହିପରି ତା’ ପରଦିନ ପୁନର୍ବାର ଅଭିଯୁକ୍ତ ମାନେ ତାଙ୍କୁ ଉତ୍କଳ ହସ୍ପିଟାଲ ରାସ୍ତାକୁ ନେଇ ସେଠାରେ ମଧ୍ୟ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହିତ ରାଜେଶକୁ ଆଣ୍ଠେଇ ଲାଠିରେ ବାଡ଼େଇଥିଲେ । ଯଦି ସେ ତାଙ୍କ ବାନ୍ଧବୀଙ୍କ ଜୀବନରୁ ଦୂରେଇ ନଯାନ୍ତି, ତାହାଲେ ତାଙ୍କୁ ଜୀବନରୁ ମାରିଦେବା ଲାଗି ମଧ୍ୟ ଧମକ ଦେଇଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା । ଘଟଣାର ଅଭିଯୋଗ ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ସମସ୍ତ ୫ଜଣ ଅଭିଯୁକ୍ତଙ୍କୁ ତାଙ୍କ ଘରୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି ।