PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

‘କାଳିଆ’ରେ ୫ ଲକ୍ଷ ଭୂମିହୀନ ସାମିଲ

source:www.livemint.com

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଜମି ଥାଉ କି ନଥାଉ, ଚାଷକୁ ଜୀବିକା କରିଥିବା ଜଣେ ବି ଚାଷୀ ‘କାଳିଆ’ ଯୋଜନାରୁ ବାଦ୍‌ ପଡ଼ିବେ ନାହିଁ । ପ୍ରତ୍ୟେକ ଭୂମିହୀନ ଚାଷୀଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ । ଆଜି ରାଜ୍ୟ କ୍ୟାବିନେଟ୍‌ ଏହି ନିଷ୍ପତ୍ତି ନେଇଛି । କାଳିଆ ଯୋଜନାର ଦ୍ୱିତୀୟ ଭାଗ ‘ଭୂମିହୀନ କୃଷି ପରିବାରର ଜୀବିକା ସହାୟତା’କୁ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଛି ।
ଗତ ଡିସେମ୍ବର ୨୧ ତାରିଖରେ କ୍ୟାବିନେଟ୍‌ କାଳିଆ ଯୋଜନାକୁ ମଞ୍ଜୁରି ଦେଇଥିଲା । ରାଜ୍ୟରେ କୃଷି ଅଭିବୃଦ୍ଧି ତ୍ୱରାନ୍ୱିତ କରିବା ସହ ଦାରିଦ୍ର‌୍ୟ କମାଇବା ପାଇଁ ସହାୟତା ଯୋଜନାକୁ କାର୍ଯ୍ୟକାରୀ କରିଥିଲା । ଯୋଜନାରେ ଚାଷ ପାଇଁ ଚାଷୀଙ୍କୁ ସହାୟତା, ଭୂମିହୀନ କୃଷି ପରିବାରକୁ ଜୀବନ ଜୀବିକା ସହାୟତା, କୃଷକ ଓ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ଜୀବନ ବୀମା ସହାୟତା, ଦୁର୍ବଳ କୃଷି ପରିବାରକୁ ଆର୍ଥିକ ସହାୟତା ଓ ବିନା ସୁଧରେ ଫସଲ ଋଣ ଯୋଜନା ଆରମ୍ଭ କରାଯାଇଛି । ଯୋଜନାର ପ୍ରଥମ ଭାଗ ଚାଷ ପାଇଁ ଚାଷୀଙ୍କୁ ସହାୟତା ଯୋଜନାରେ ୧୩.୦୩ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ଦିଆଯାଇଛି । ଏହି ଯୋଜନାରେ ଅଦ୍ୟାବଧି ୬୭ ଲକ୍ଷରୁ ଅଧିକ ଚାଷୀ ଆବେଦନ କରିଛନ୍ତି ବୋଲି ଏସମ୍ପର୍କରେ ବିସ୍ତୃତ ବିବରଣୀ ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି । ଯୋଜନାର ଦ୍ୱିତୀୟ ଭାଗରେ ଭୂମିହୀନ କୃଷି ପରିବାରକୁ ଜୀବନ ଜୀବିକା ସହାୟତା ମାଧ୍ୟମରେ ଉଦ୍ୟାନ କୃଷି, ପଶୁପାଳନ, ମହୁଚାଷ, କୁକୁଡ଼ା/ବତକ ପାଳନ ଇତ୍ୟାଦି ପାଇଁ ସହାୟତା ପ୍ରଦାନ କରାଯିବ । ଏମାନଙ୍କ ମଧ୍ୟ ତିନୋଟି ପର୍ଯ୍ୟାୟରେ ୫ ହଜାର ଲେଖାଏଁ ସହାୟତା ଦିଆଯିବ । ଏହି ଦ୍ୱିତୀୟ ଭାଗରେ ପାଖାପାଖି ୫ ଲକ୍ଷ ଭୂମିହୀନ କୃଷକ ପରିବାର ସହାୟତା ପାଇବ ବୋଲି କୁହାଯାଇଛି । କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ନଦେବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି । ସହାୟତା ପ୍ରଦାନର ସମୟକୁ ନିଶ୍ଚିତ କରିବା ପାଇଁ ପ୍ରତିବର୍ଷ ଖରିଫ ଫସଲର ସହାୟତା ଅକ୍ଷୟ ତୃତୀୟା ଦିନ ଓ ରବି ଫସଲର ସହାୟତା ନୂଆଁଖାଇ ଦିନ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି ।