ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ମିଶନ ଶକ୍ତି ଗ୍ରୁପକୁ ବିନା ସୁଧରେ ମିଳିବ ୫ ଲକ୍ଷ ଋଣ

ଭୁବନେଶ୍ବର, ୨୯।୧୧ ମିଶନ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। ମିଶନ ଶକ୍ତିକୁ ମିଳୁଥିବାର ଋଣର ପରିମାଣ ବୃଦ୍ଧି କରିଛନ୍ତି। ଏଣିକି ମିଶନ ଶକ୍ତି ଗୋଷ୍ଠୀକୁ ବିନା ସୁଧରେ ୫ ଲକ୍ଷ ପର୍ଯ୍ୟନ୍ତ ଋଣ ଦିଆଯିବ। ପୂର୍ବରୁ ମିଶନ ଶକ୍ତି ଗ୍ରୁପକୁ ୩ ଲକ୍ଷ ଟଙ୍କା ଋଣ ମିଳୁଥିଲା।ଏହା ଦ୍ବାରା ମିଶନ ଶକ୍ତିରେ ଥିବା ୭୦ ଲକ୍ଷ ମହିଳା ଉପକୃତ ହେବେ । ଏପ୍ରିଲ ମାସରୁ ଲାଗୁ ହେବ ନୂଆ ଋଣ ବ୍ୟବସ୍ଥା। ବର୍ତ୍ତମାନ ମିଶନ ଶକ୍ତିକୁ ୧୭ ହଜାର କୋଟିର ଋଣ ଦିଆସରିଛି।