ନୂଆଦିଲ୍ଲୀ : ପାକିସ୍ତାନରୁ ବଡ଼ ଖବର ସାମ୍ନାକୁ ଆସିଛି। ଖୈବର ପଖତୁନଖ୍ୱା –ପଞ୍ଜାବ ସୀମା ନିକଟରେ ଥିଲା ଝାଙ୍ଗି ପୁଲିସ ପୋଷ୍ଟରେ ସୋମବାର ଆତଙ୍କୀ ହମଲା ହୋଇଛି। କୁହାଯାଉଛି ଯେ, ବିସ୍ଫୋରକରେ ଲଦା ହୋଇଥିବା ଏକ ସନ୍ଦିଗ୍ଧ ଗାଡ଼ି ପୋଷ୍ଟ ସହ ଧକ୍କା ହୋଇଥିଲା ଏବଂ ଏହାପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି ଆକ୍ରମଣରେ ୫ଜଣ ପୁଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୮ଜଣ ଆହତ ହୋଇଛନ୍ତି। ପୁଲିସର ପ୍ରାରମ୍ଭିକ ବୟାନରେ କୁହାଯାଉଛି ଯେ, ଗାଡ଼ିରେ କାଠ ଲଦା ହୋଇଥିଲା। ଯେଉଁଥିରେ ବିସ୍ଫୋରକ ଲୁଚାଇ ରଖାଯାଇ ଥିଲା। ଧକ୍କା ହେବା ସହ ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ,ଚେକ୍ ପୋଷ୍ଟର ବାହାର କାନ୍ଥର ଏକ ଭାଗ ଭୁଶୁଡି ପଡ଼ିଲା ଏବଂ ଗାଡ଼ିଟି ଭଗ୍ନାବଶେଷ ତଳେ ଚାପି ହୋଇଗଲା। ହେଲେ ଏବେସୁଦ୍ଧା ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଏହା ଆତ୍ମଘାତୀ ଆକ୍ରମଣ ଥିଲା ନା ଗାଡ଼ିକୁ ରିମୋଟ କଣ୍ଟ୍ରୋଲରେ ଉଡ଼ାଇ ଦିଆଯାଇ ଥିଲା। ବର୍ତ୍ତମାନ ରିଲିଫ ଓ ଉଦ୍ଧା କାର୍ଯ୍ୟ ଜାରି ରହିଛି।
କୁହାଯାଉଛି ଯେ, ତହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଏହି ହମଲାରେ ନିଜକୁ ଦାୟୀ କରାଇଛି। ସଙ୍ଗଠନ ଦାବି କରିଛି ଯେ, ଆକ୍ରମଣ ତାର ନିକଟରେ ଲଞ୍ଚ କରାଯାଇ ଥିଲ ‘ଅଲ୍-ଫାରୁକ୍’ମିସାଇଲ ଦ୍ୱାରା କରାଯାଇଛି। ହେଲେ , ପାକିସ୍ତାନୀ ସୁରକ୍ଷା ଏଜେନ୍ସିମାନେ ଏହି ଦାବିକୁ ସ୍ପଷ୍ଟ କରି ନାହାନ୍ତି। ବର୍ତ୍ତମାନ ଯାଞ୍ଚ ଏଜେନ୍ସିମାନେ ଏହା ଜାଣିବାକୁ ଲାଗିଛନ୍ତି ଯେ, ଆକ୍ରମଣ ମିସାଇଲରେ ହୋଇଛି ନା ବିସ୍ଫୋରକ ପୂର୍ଣ୍ଣ ଗାଡ଼ି ଦ୍ୱାରା ହୋଇଛି। ଉଲ୍ଲେଖନୀୟଯେ , ଟିଟିପି ନିକଟରେ ମାସ ମାସ ଧରି ଦକ୍ଷିଣ ଖୈବର ପଖତୁନଖ୍ୱା ଓ ବାଜୋର ଜିଲ୍ଲାରେ ମଧ୍ୟ ଏହିପରି ଅନେକ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା।
ସୂଚନା ଯେ, ଏହି ହମଲା ଅଫଗାନିସ୍ତାନରେ ଟିଟିପିର ଠିକଣା ଗୁଡ଼ିକରେ ପାକିସ୍ତାନର ସଦ୍ୟ ବିମାନ ଆକ୍ରମଣର ପ୍ରାୟ କିଛି ଦିନ ପରେ ହୋଇଛି। ପାକିସ୍ତାନ ଦାବି କରିଥିଲା ଯେ, ଏହି ଆକ୍ରମଣ ଗୁଡ଼ିକରେ ୨୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସୂଚନା ମନ୍ତ୍ରୀ ଅତ୍ତାଉଲ୍ଲାହ ତରାର କହିଛନ୍ତି, ସଠିକ୍ ଆକ୍ରମଣରେ ଟିଟିପିର ପ୍ରଶିକ୍ଷଣ କେନ୍ଦ୍ର , ଗୋଳାବାରୁଦ ଭଣ୍ଡାର ଓ କମାଣ୍ଡର ଅଲିମ ଖାନ ଖୁଶହାଲି ଓ ଅଖତର ମୋହମ୍ମଦ ଜାନି ଖେଲ ସହ ଲିଙ୍କ ଥିବା ଠିକଣା ଗୁଡ଼ିକୁ ନଷ୍ଟ କରିଦିଆ ଯାଇଛି।
ଆହୁରି ମଧ୍ୟ ପଢନ୍ତୁ : Peace Deal: ଇରାନ ପାଣ୍ଠି ରିଲିଜ, ତେଲ ଉପରେ କଟକଣା ହଟାଇବାରୁ ନେଇ ହୋର୍ମୁଜ ଖୋଲିବା ଯାଏ...ଜାଣନ୍ତୁ ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ
ଅନ୍ୟପଟେ ଆଫଗାନିସ୍ତାନ ସରକାର ପାକିସ୍ତାନର ଏହି ଦାବି ଗୁଡି଼କୁ ସଂପୂର୍ଣ୍ଣ ଖଣ୍ଡନ କରିଦେଇଛି। ଆଫଗାନ ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନୀ ଆକ୍ରମଣରେ କୁନାର , ଖୋସ୍ତ ଓ ପକ୍ତିକା ପ୍ରାନ୍ତ ଗୁଡ଼ି଼କର ଅଫଗାନ ବିମାନ କ୍ଷେତ୍ରର ଉଲ୍ଲଙ୍ଘନ କରାଯାଇଛି ଏବଂ ସାଧାରଣ ଲୋକଙ୍କ ଧର ଉପରେ ବୋମାମାଡ଼ କରାଯାଇଛି। ମୁଜାହିଦ ଅନୁସାରେ, ହମଲାରେ ୧୧ଜଣ ପିଲା, ଜଣେ ପିଲା ଓ ଜଣେ ବୟସ୍କଙ୍କ ସମେକ ଅନେକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି, ୧୪ ଜଣ ମହିଳା ଓ ଶିଶୁ ଆହତ ହୋଇଛନ୍ତି।