ନୂଆଦିଲ୍ଲୀ,୧୫/୦୬; ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାୟ ୪ ମାସ ଧରି ଚାଲିଥିବା ଯୁଦ୍ଧର ଅନ୍ତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ରବିବାର ଏହାକୁ ନିଶ୍ଚିତ କରିଛନ୍ତି । ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୋଷଣା କରିଛନ୍ତି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତି ହୋଇଛି । ହୋର୍ମୁଜ ପ୍ରଣାଳୀ ଏବେ ସାରା ବିଶ୍ୱରୁ ସମସ୍ତ ଜାହାଜ ପାଇଁ ଖୋଲାଯିବ, ଏବଂ ଇରାନ ବନ୍ଦର ଉପରେ ଆମେରିକାର ନୌସେନା ଅବରୋଧ ମଧ୍ୟ ତୁରନ୍ତ ପ୍ରତ୍ୟାହାର କରାଯିବ । ଆସନ୍ତା ୧୯ ତାରିଖରେ ସୁଜରଲ୍ୟାଣ୍ଡର ଜେନେଭାରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବ । ପ୍ରସ୍ତାବିତ ଆମେରିକା-ଇରାନ ଚୁକ୍ତିନାମାରେ ୧୪ ବଡ଼ ସର୍ତ୍ତ ରହିଛି । ଇରାନ ପାଣ୍ଠି ରିଲିଜ, ତେଲ ଉପରେ କଟକଣା ହଟାଇବାରୁ ନେଇ ହୋର୍ମୁଜ ଖୋଲିବା ଯାଏ ପିସ୍ ଡିଲ୍ରେ ପ୍ରମୁଖ ସର୍ତ୍ତ ସ୍ଥାନିତ ହୋଇଛି । ଜାଣନ୍ତୁ କଣ ସେହି ୧୪ ପ୍ରମୁଖ ସର୍ତ୍ତ ।
ଆମେରିକା-ଇରାନ୍ ଡିଲ୍ର ୧୪ ମୁଦ୍ଦା- ଆମେରିକା ସହ ପ୍ରସ୍ତାବିତ ୧୪ ସୂତ୍ରୀ ଡ୍ରାଫ୍ଟ MoU ଜାରି କରିଛି ଇରାନ୍ । ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ ସ୍ବାକ୍ଷରିତ ହେବ ୧୪ ସୂତ୍ରୀ MoU । ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଶାନ୍ତି ଡିଲ୍ରେ ରହିଛି ୧୪ ପ୍ରମୁଖ ସର୍ତ୍ତ ।
୧. ଯୁଦ୍ଧ ତୁରନ୍ତ ଏବଂ ସବୁଦିନ ପାଇଁ ବନ୍ଦ କରାଯିବ । ଏଥିରେ ଲେବାନନ ମୋର୍ଚ୍ଚା ବି ସାମିଲ ହେବ ।
୨.ଆମେରିକା-ଇରାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବ ନାହିଁ ।
୩.୩୦ ଦିନ ଭିତରେ ହୋର୍ମୁଜରୁ ସଂପୂର୍ଣ୍ଣ ଅବରୋଧ ହଟାଇବ ଆମେରିକା ।
୪.୬୦ ଦିନ ମଧ୍ୟରେ ଇରାନ୍ର ଫ୍ରିଜ୍ ହୋଇଥିବା ୧୨ ବିଲିଅନ୍ ଡଲାର ରିଲିଜ କରିବ
୫. ଇରାନ ଆଖପାଖ ଅଞ୍ଚଳରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରିବେ ।
୬. ଇରାନୀ ତୈଳ ଓ ପେଟ୍ରୋକେମିକାଲ୍ସ ଉପରୁ ହଟିବ କଟକଣା
୭.ଆମେରିକା ଏହାର ସହଯୋଗୀ ଦେଶ ୩୦୦ ବିଲିଅନ ଡଲାର ସହାୟତା ଦେବେ
୮.ପରମାଣୁ ଅସ୍ତ୍ର ବିକଶିତ କାର୍ଯ୍ୟକ୍ରମ ବନ୍ଦ କରିବ ଇରାନ୍
୯.ଇରାନ୍ରେ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ଦେବ ଆମେରିକା
୧୦.-ସମସ୍ତ ଫ୍ରଣ୍ଟରୁ ତୁରନ୍ତ ଓ ସ୍ଥାୟୀ ଭାବେ ଆକ୍ରମଣ ବନ୍ଦ ହେବ
୧୧. ଆଲୋଚନା ସମୟରେ ଆମେରିକା କୌଣସି ନୂଆ କଟକଣା ଲାଗୁ କରିବା ନାହିଁ ।
୧୨. ଚୁକ୍ତିନାମା ପାଳନ ହେଉଛି କି ନାହିଁ ତାହା ତଦାରଖ ପାଇଁ ଏକ ସିଷ୍ଟମ ତିଆରି ହେବ ।
୧୩. ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଚୂଡାନ୍ତ ଚୁକ୍ତିନାମା ଅନୁମୋଦନ ପାଇଁ ଚେଷ୍ଟା କରାଯିବ ।
୧୪.ଇରାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଏବଂ ଏହାର ସମର୍ଥିତ ପ୍ରକ୍ସି ସଂଗଠନଗୁଡ଼ିକ ସହ ଜଡିତ ପ୍ରସଙ୍ଗଗୁଡ଼ିକ ଏହି ଆଲୋଚନାର ଅଂଶ ହେବ ନାହିଁ।
ଏହା ବି ପଢନ୍ତୁ...US-Iran Peace Deal: ଆମେରିକା-ଇରାନ୍ ମଧ୍ୟରେ ଐତିହାସିକ ଶାନ୍ତିଚୁକ୍ତି ଫାଇନାଲ୍; ଟ୍ରମ୍ପ କଲେ ଘୋଷଣା, ହୋର୍ମୁଜ ଖୋଲିବାକୁ ମିଳିଲା ମଞ୍ଜୁରୀ