ଭୁବନେଶ୍ବର,୧୫।୬ : ରାଜଧାନୀରେ ଭୟାବହ ସିରିଜ୍ ଦୁର୍ଘଟଣା।  ନିୟନ୍ତ୍ରଣ ହରାଇ ଏକାଧିକ ବାଇକ୍ ଓ ଅଟୋକୁ ଧକ୍କା ଦେଇ ଲୋକଙ୍କ ଉପରକୁ ମାଡ଼ିଗଲା ଏସୟୁଭି। ସୋମବାର ସନ୍ଧ୍ୟାରେ ଭୁବନେଶ୍ବର ପ୍ରେସ୍ ଛକ ନ୍ୟୁ ଗମେଣ୍ଟ କଲୋନୀ  ସାମ୍ନାରେ ଘଟିଛି ଏହି ସିରିଜ୍ ଦୁର୍ଘଟଣା। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।  ଗୁରୁତର ଦୁଇ ଜଣଙ୍କୁ  ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏସୟୁଭିଟି ଅତ୍ୟଧିକ ବେଗରେ ଆସୁଥିବା ବେଳେ ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତାରେ ଯାଉଥିବା ବାଇକ୍ ଓ ଅଟୋକୁ ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ଅଟୋର ଗୋଟିଏ ଚକା ସମ୍ପୂର୍ଣ୍ଣ ଭାବେ ଖୋଲି ବାହାରି ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ।  ସେଠାରେ ଡାକ୍ତର ୨ ଜଣଙ୍କୁ  ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ଥିବା ଦୁଇ ଜଣଙ୍କର ଚିକିତ୍ସା ଜାରି ରହିଛି। ମୃତକଙ୍କ ପରିଚୟ ମିଳିନି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏସୟୁଭିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

ଆହୁରି ପଢନ୍ତୁ : ୧୬ରେ ଓଡ଼ିଶା ଆସୁଛନ୍ତି ସିନିୟର ଡେପୁଟି ଇଲେକ୍ସନ କମିଶନର ଜ୍ଞାନେଶ ଭାରତୀ