ଭୁବନେଶ୍ୱର, ୧୫ ।୬ : ମଙ୍ଗଳବାର ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ସିନିୟର ଡେପୁଟି ଇଲେକ୍ସନ କମିଶନର  ଜ୍ଞାନେଶ ଭାରତୀ। ରାଜ୍ୟରେ ଚାଲିଥିବା ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିବେ।

ଜୁନ୍ ୧୬ ତାରିଖରେ ରାଜଧାନୀ ଭୁବନେଶ୍ୱରଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଉପ-ନିର୍ବାଚନ ଆୟୁକ୍ତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ନିର୍ବାଚକ ପଞ୍ଜିକରଣ ଅଧିକାରୀମାନଙ୍କ ସହ ସ୍ଵତନ୍ତ୍ର ସଘନ ସଂଶୋଧନର ବର୍ତ୍ତମାନ ସ୍ଥିତି ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିବେ। ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଅଧିକାରୀମାନଙ୍କୁ ଆବଶ୍ୟକୀୟ ଦିଗଦର୍ଶନ ଦେବେ।

ସେହିପରି,ଜୁନ୍ ୧୭ ତାରିଖରେ ଶ୍ରୀ ଭାରତୀ ଗଞ୍ଜାମ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ କ୍ଷେତ୍ର ସ୍ତରରେ ଚାଲିଥିବା ସଂଶୋଧନ ପ୍ରକ୍ରିୟାର ଅଗ୍ରଗତି ପରଖିବେ ଏବଂ ସ୍ଥାନୀୟ ନିର୍ବାଚନ ପ୍ରଶାସନ ସହ ସ୍ୱତନ୍ତ୍ର ଭାବେ ଆଲୋଚନା କରିବେ। ଭୋଟର ତାଲିକାରେ ଚାଲିଥିବା ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ କେତେ ଦୂର ଆଗେଇଛି ସେ ନେଇ ଜିଲ୍ଲା ୱାରୀ ରିପୋର୍ଟ ଯାଞ୍ଚ କରାଯିବ। ରାଜ୍ୟରେ ଏକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ଦିଗରେ ଏହି ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ଆହୁରି ପଢନ୍ତୁ : କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ : ରୋଗୀଙ୍କୁ ମିଳିଲାନି ଶଯ୍ୟା , ଚେୟାରରେ ବସାଇ ଦିଆଗଲା ଅକ୍ସିଜେନ