ନୂଆଦିଲ୍ଲୀ: ଲଗାତାର ତୃତୀୟବର୍ଷ ପ୍ଲେଅଫରୁ ବାଦ୍ ପଡ଼ିଛି ୫ ଥରର ଚାମ୍ପିୟନ୍ ଚେନ୍ନାଇ ସୁପରକିଙ୍ଗ୍ସ । ଦଳ ୧୪ ମ୍ୟାଚରୁ ୬ ବିଜୟ ସହ ୧୨ ପଏଣ୍ଟରେ ରହିଛି । ପ୍ଲେଅଫରୁ ବାଦ ପଡ଼ିବା ପରେ ଆରମ୍ଭ ଚର୍ଚ୍ଚା ଭୁଲ୍ ରହିଲା କେଉଁଠି ? କାହିଁକି ବାଦ୍ ପଡ଼ିଲା ଏହି ଶକ୍ତିଶାଳି ଦଳ । ତେବେ ୫ ପ୍ରମୁଖ କାରଣ ପାଇଁ ଏହି ଦଳ ପ୍ଳେଅଫରେ ସ୍ଥାନ ପକ୍କା କରିପାରିନାହିଁ ।
ଖେଳାଳିଙ୍କ ଆହତ ସମସ୍ୟା
ଫର୍ମରେ ରହିଥିବା ଖେଳାଳିଙ୍କ ଆହତ ଦଳ ପାଇଁ ପ୍ରଥମରୁ ଚିନ୍ତାର କାରଣ ପାଲଟିଥିଲା । ନାଥନ ଏଲିସ, ଆୟୂଷ ମାହତ୍ରେ, ଖଲିଲ ଅହମ୍ମଦ ଏବଂ ଧୋନୀଙ୍କ ଭଳି ଖେଳାଳି ଦଳ ପାଇଁ ଚିନ୍ତାର କାରଣ ପାଲଟିଥିଲେ । ଧୋନୀ ଗୋଟିଏ ବି ମ୍ୟାଚରେ ନଜର ଆସିନଥିଲେ । ଏହାସହ ଆୟୂଷ ଏବଂ ଖଲିଲ ଆହତ କାରଣରୁ ଅଧାରୁ ବସିଥିଲେ । ଭଲ ଫର୍ମରେ ଥିବା ନାଥନ ଏଲିସ ମଧ୍ୟ ଦଳରେ ଯୋଗ ଦେଇପାରିନଥିଲେ ।
ନିରାଶ କଲେ ଯୁବ ଖେଳାଳି
ଚେନ୍ନାଇ ଯେଉଁ ଆଶାରେ ଯୁବ ଖେଳାଳିଙ୍କୁ ଦଳରେ ସାମିଲ କରିଥିଲା ସେଭଳି ପ୍ରଦର୍ଶନ ଦେଖିବାକୁ ମିଳିନଥିଲା । କାର୍ତ୍ତିକ ଶର୍ମା ୧୪ କୋଟି ଟଙ୍କାରେ କିଣା ହୋଇଥିଲେ । ମାତ୍ର ସେ ଖରାପ ପ୍ରଦର୍ଶନ କରିଥିବାବେଳେ ପ୍ରଶାନ୍ତ ବୀର ଏବଂ ଉର୍ବିଲ ପଟେଲ ଆଖିଦୃଷିଆ ପ୍ରଦର୍ଶନ ଦେଖିବାକୁ ମିଳିଳାନି । କେବଳ ଗୋଟିଏ ମ୍ୟାଚରେ ଉର୍ବିଲ ଅର୍ଦ୍ଧଶତକ ହାସଲ କରିଥିଲେ ।
ଅଧିନାୟକ ଲଗାତାର ବିଫଳ
ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାୟକୱାଡ ତାଙ୍କ ବ୍ୟାଟିଂ ସହିତ ନିରନ୍ତର ସଂଘର୍ଷ କରିଛନ୍ତି। ଗାୟକୱାଡ ଦଳର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, କିନ୍ତୁ ସେ ପ୍ରତ୍ୟେକ ଥର ନିରାଶ କରିଥିଲେ।ସେ ମାତ୍ର ୩୩୭ ରନ କରିଛନ୍ତି ।
ଫ୍ଲପ୍ ହେଲେ ଫିନିସର
ଦଳ ଶିଭମ ଦୁବେ ଏବଂ ବ୍ରେଭିସଙ୍କୁ ଫିନିସର ଭାବେ ଦଳରେ ସାମିଲ କରିଥିଲା । ମାତ୍ର ଏବେ ବିଫଳ ହୋଇଥିଲେ । ସବୁ ମ୍ୟାଚରେ ନିଜର ଦମଦାର ପ୍ରଦର୍ଶନରେ ବିଫଳ ହୋଇଥିଲେ । ଯାହାକି ଦଳର ବିପର୍ଯ୍ୟୟର ଏକ ପ୍ରମୁଖ କାରଣ ବୋଲି ମଧ୍ୟ କହିପାରିବା ।
ଖରାପ ବୋଲିଂ
ବୋଲିଂ ବିଭାଗରେ ଖରାପ ଅଭିଜ୍ଞତା । କମ୍ବୁଜଙ୍କୁ ଛାଡ଼ିଦେଲେ ଦଳର ବାକି ବୋଲର ନିରାଶ କରିଥିଲେ । ଏହା ଦଳର ପରାଜୟର ଏକ ବଡ଼ କାରଣ ପାଲଟିଥିଲା । ପ୍ରଥମରୁ ଖଲିଲ ଦମଦାର ପ୍ରଦର୍ଶନ କରିଥିଲେ । ମାତ୍ର ସେ ବାଦ ପଡ଼ିବା ପରେ ଦଳ ବୋଲିଂରେ ଅଧିକ ଦୁର୍ବଳ ହୋଇଗଲା ।