PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ  ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା

ଭୁବନେଶ୍ୱର,୦୧/୦୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭି କେ ପାଣ୍ଡିଆନ୍ ଆଜି ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାରେ ନିର୍ମିତ ହେଉଥିବା ଏହି କ୍ରୀଡା କମ୍ପ୍ଲେକ୍ସରେ କ୍ରିକେଟ ଷ୍ଟାଡିୟମ୍, ମଲଟି ପ୍ରପୋଜ୍‌ ଇଣ୍ଡୋର ହଲ୍‌ ଓ ସ୍ୱିମିଂ ପୁଲ ନିର୍ମାଣ  କରା ଯାଉଛି। ମଲଟି ପ୍ରପୋଜ୍‌ ଇଣ୍ଡୋର ହଲ୍‌ରେ ବକ୍ସିଂ, ରେସ୍ଲିଂ,  ଜିମ୍ନା ସିଅମ୍ , ଟେବୁଲ ଟେନିସ ଆଦି କ୍ରୀଡା ର ସୁବିଧା କରାଯାଉଛି। ଏହା ସହିତ ଏକ ୧୦୦ ସିଟ ବିଶିଷ୍ଟ ହଷ୍ଟେଲ ମଧ୍ୟ ନିର୍ମାଣ କରାଯାଉଛି।

୨୦୧୮ ରେ ମୂଖ୍ୟମନ୍ତ୍ରୀ ଏହାର ଶୁଭ ଦେଇଥିଲେ। ସମୀକ୍ଷାରୁ ଜଣାଯାଇଛି ଯେ କ୍ରିକେଟ ଷ୍ଟାଡିୟମ୍,   ସନ୍ତରଣାଗାର ଓ  ଜିମ୍ନାସିୟମ୍ ର କାମ ସମ୍ପୂର୍ଣ୍ଣ ହୋଇଛି।  ଖୁବ୍ ଶିଘ୍ର  ଏହି  ଷ୍ଟାଡିୟମ୍  ଲୋକାର୍ପିତ  ହେବ। ପୁରୀକୁ ଏକ ବିଶ୍ବ ସ୍ତରୀୟ ଐତିହ୍ୟ ସ୍ଥଳରେ ରୂପାନ୍ତର କରିବା ପାଇଁ ଏହି କ୍ରୀଡା କମ୍ପ୍ଲେକ୍ସର ଏକ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିବ ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି। ଏତଦବ୍ୟତୀତ  ସେ  ଶ୍ରୀମନ୍ଦିର  ପରିକ୍ରମା  ପ୍ରକଳ୍ପ ମୁନସିପାଲ ମାର୍କେଟ କମ୍ପ୍ଲେକ୍ସ କାର୍ଯ୍ୟ  ମଧ୍ୟ  ବୁଲି  ଦେଖିଥିଲେ।  

ସୂଚନା ଯୋଗ୍ୟ ଯେ ଗତ ସପ୍ତାହରେ ଶ୍ରୀ ପଣ୍ଡିଆନ ପ୍ରଥମେ ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥଙ୍କ ହେରିଟେଜ କୋରିଡୋର, ଶ୍ରୀ ସେତୁ  ଓ  ଜଗନ୍ନାଥ  ବଲ୍ଲଭ ପରିଦର୍ଶନ କରି ସମିକ୍ଷା କରିଥଲେ। ପ୍ରତି ଶନିବାର ପୁରୀ  ପ୍ରୋଜେକ୍ଟ ଅଗ୍ରଗତି ସମୀକ୍ଷା  କରିବା  ପାଇଁ  ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ  ଦେଇଥିଲେ।  ସେଥିପାଇଁ  ଶ୍ରୀ ପାଣ୍ଡିଆନ୍  ଆଜି ପୁଣି ପୁରୀ ଯାଇ ବିଭିନ୍ନ ପ୍ରକଳ୍ପ ସମୀକ୍ଷା କରିଛନ୍ତି। ପଣ୍ଡିଆନଙ୍କ ସହିତ  ପୁରୀ ଜିଲ୍ଲାପାଳ ଉପସ୍ଥିତ ଥିଲେ।