ଅଟୋ ଓଲଟି ୫ ଛାତ୍ର ଗୁରୁତର

ଜଳେଶ୍ୱର (ସ୍ୱ.ପ୍ର) ସରସ୍ଵତୀ ମୂର୍ତ୍ତୀ ଆଣିବାକୁ ପିଲାମାନେ ଅଟୋରେ ଯିବା ସମୟରେ ଭାରସ୍ୟାମ ହରାଇ ଅଟୋ ଓଲଟି ପଡିବାରୁ ୫ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ଆହତ ଛାତ୍ରମାନେ ଓଲମରା ଉଚ୍ଚବିଦ୍ୟାଳୟର ବୋଲି ଜଣାପଡିଛି । ୪ ଜଣ ଦଶମ ଶ୍ରେଣୀର ହେଇଥିବା ବେଳେ ଜଣେ ନବମ ଶ୍ରେଣୀର ଛାତ୍ର । ଦୁଇ ଜଣ ଛାତ୍ର ଅତି ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ରାଇବଣିଆକୁ ସରସ୍ଵତୀ ପୂଜା ପାଇଁ ମୂର୍ତ୍ତୀ ଆଣିବାକୁ ଯିବା ସମୟରେ ଭାରସାମ୍ୟ ହରାଇ କଣ୍ଟାବଣି ନିକଟରେ ଅଟୋ ଓଲଟି ପଡିଥିଲା। ଆହତ ମାନଙ୍କୁ ପ୍ରଥମେ ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନୀୟ ଲୋକେ ଆଣିଥିଲେ।